20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବସରେ ଦୁଷ୍କର୍ମ କରି ଟ୍ରକରେ ଫେରାର ହୋଇଗଲା ଅଭିଯୁକ୍ତ

ବସରେ ଦୁଷ୍କର୍ମ କରି ଟ୍ରକରେ ଫେରାର ହୋଇଗଲା ଅଭିଯୁକ୍ତ

ମୁମ୍ବାଇ: ଆଖୁ କିଆରିରେ ଲୁଚି ବସିଛି ମୁଖ୍ୟ ଅଭିଯୁକ୍ତ। ବସ୍ ଭିତରେ ଦୁଷ୍କର୍ମ ପରେ ପରିବା ଟ୍ରକରେ ଫେରାର ହୋଇଯାଇଥିଲା। ଆଉ ପୋଲିସ ମଧ୍ୟ ଦୁଷ୍କର୍ମ ଅଭିଯୁକ୍ତର ଟେର ପାଇନଥିଲା। ହେଲେ ଏବେ ଅପରାଧ କରି ନିଜ ହୋମ୍ ଟାଉନର ବିଶାଳକାୟ ଆଖୁ କିଆରିରେ ଲୁଚି ବସିଛି ଅଭିଯୁକ୍ତ। ହଁ ଆପଣମାନେ ଠିକ୍ ଅନୁମାନ କରିଛନ୍ତି। ଆମେ କହୁଛୁ ମହାରାଷ୍ଟ୍ର ପୁନେରେ ବସ୍ ଭିତରେ ଜଣେ ୨୬ ବର୍ଷୀୟ ମହିଳାକୁ ଦୁଷ୍କର୍ମ ଘଟଣା। ଦିଦି ଡାକି ସର୍ବସ୍ୱ ଲୁଟି ନେଇଥିଲା ଅଭିଯୁକ୍ତ। ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏବେ ପୋଲିସ ତାର ଟେର ପାଇଛି ଆଉ ଆଖୁ କିଆରିରେ ଡ୍ରୋନ ସହ କ୍ରାଇମବ୍ରାଞ୍ଚର ୮ଟି ଟିମ୍ ଓ ସନ୍ଧାନୀ କୁକୁର ଖୋଜା ଖୋଜି ଆରମ୍ଭ କରିଛନ୍ତି। ଯଦି ଦେଖିବା ମଙ୍ଗଳବାର ସକାଳୁ ଏହି ଘଟଣା ଘଟିଥିଲେ ସୁଦ୍ଧା ଏଯାଏଁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ ସରଗରମ ହୋଇ ଉଠିଛି।

ତେବେ ସେ ଯାହା ହେଉନା କାହିଁକି। ପୋଲିସ଼ର ସୂଚନାନୂସାରେ, ଅଭିଯୁକ୍ତ ଦତ୍ତାତ୍ରୟ ରାମଦାସ ଗାଡେ ବସ ଷ୍ଟାଣ୍ଡରେ ଦୁଷ୍କର୍ମ କରିବା ପରେ ଗୋଟିଏ ପରିବା ବୋଝେଇ ଟ୍ରକରେ ସହର ବାହାରକୁ ଚାଲି ଯାଇଥିଲା। ସେଠାରୁ ସେ ନିଜ ହୋମ ଟାଉନକୁ ଯାଇ ନିଜର କପଡ଼ା ଓ ଜୋତା ବଦଳାଇ ଦେଇଥିଲା। ଏହାପରେ ସେ ନିକଟସ୍ଥ ବିରାଟକାୟ ଆଖୁ କିଆରିରେ ଲୁଚି ଯାଇଛି। ଅଭିଯୁକ୍ତ ଜଣଙ୍କ ଲୁଚି ଥିବା ଆଖୁ କିଆରିଟି ଯେହେତୁ ବିଶାଳକାୟ, ତେଣୁ ଦୁଷ୍କର୍ମକାରୀକୁ ଧରିବା ସମ୍ଭ ହେଉ ନାହିଁ। ଏତେବଡ ଆଖୁ କିଆରିରେ ଚାଲି ଚାଲି ଅଭିଯୁକ୍ତକୁ ଖୋଜିବା ବି ପୋଲିସ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୋଲିସ ଏବେ ସନ୍ଧାନୀ କୁକୁର ଓ ଡ୍ରୋନ ଦ୍ୱାରା ଆଖୁ କିଆରିରେ ଅଭିଯୁକ୍ତକୁ ଠାବ କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆଖୁ ଗଛ ଗୁଡ଼ିକ ୧୦ ଫୁଟ ଉଚ୍ଚର। ଏହା ମଧ୍ୟରେ ଜଣେ ଲୁଚି ରହିବା ବେଶ ସହଜ। ଏପରି ସ୍ଥିତିରେ ବିରାଟକାୟ ଆଖୁ କିଆରିଆରେ ପାଦରେ ଚାଲି ଚାଲି ଅଭିଯୁକ୍ତକୁ ଧରିବା ପୋଲିସ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୋଲିସ୍ ଡ୍ରୋନର ସହାୟତା ନେଇଛି।

ଏପରିକି ରାମଦାସ ଗାଡେଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ପୋଲିସ। ତେବେ ଘଟଣାଟି ହେଉଛି ମଙ୍ଗବାର ସକାଳ ସମୟର। ଜଣେ ୨୬ ବର୍ଷୀୟ ମହିଳା ତାଙ୍କ ଘର ସତାରା ଜିଲ୍ଲାକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଗାଡେ ତାଙ୍କ ପାଖରେ ପହଞ୍ଚି ଦିଦି ବୋଲି ଡାକିଥିଲା। ଆଉ ଭାଇ ହୋଇ ଭଉଣୀର ସର୍ବସ୍ୱ ଲୁଟି ନେଇଥିଲା। ମହିଳା ଜଣଙ୍କ କେଉଁ ଆଡ଼େ ଯିବାକୁ ଚାହୁଁଛନ୍ତି ଗାଡେ ବୁଝିବା ପରେ ତାଙ୍କୁ ବସ୍ ଅନ୍ୟ ପାର୍ଶ୍ୱରେ ଥିବା କହିଥିଲା। ଜନଗହଳୀ ପୂର୍ଣ୍ଣ ବସ୍ ଡିପୋର ଗୋଟିଏ କୋଣରେ ପାର୍କିଂ ହୋଇଥିବା ବସ୍ ସତାରା ଯିବ ବୋଲି ସେ ମହିଳାଙ୍କୁ କହିଥିଲା। ମହିଳା ଜଣଙ୍କ ତା’ ଉପରେ ବିଶ୍ୱାସ କରି ସେଠାକୁ ଯାଇଥିଲେ। ଉଭୟ ବସ୍ ନିକଟକୁ ଯାଉଥିବାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ବସ୍ ପାଖରେ ପହଞ୍ଚିବା ପରେ ମହିଳା ଜଣଙ୍କ ଭିତରକୁ ଯିବାକୁ ଚାହିଁ ନଥିଲେ। କାରଣ ବସର ଲାଇଟ ବନ୍ଦ ଥିଲା। କିନ୍ତୁ ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଶୋଇଥିବାରୁ ଲାଇଟ ବନ୍ଦ ଥିବା କଥା ଗାଡେ ତାଙ୍କୁ କହିଥିଲା। ଏଥିସହ ବସ୍ ଭିତରକୁ ଯିବାକୁ ତାଙ୍କୁ କହିଥିଲା। ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ସେ ବସ ଭିତରକୁ ଯିବା କ୍ଷଣି ଗାଡେ ତାଙ୍କ ଉପରକୁ ଡିଆଁ ମାରିଥିଲା। ଏହାପରେ ବସ୍‌ର ଡୋର ଲକ କରି ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସେ ସେଠାରୁ ଚାଲି ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking