37.1 C
Bhubaneswar
Saturday, April 4, 2026
Homeଓଡିଶାପ୍ରମାଣ ଆଧାରରେ ଅଭିଯୁକ୍ତ ଗିରଫ: ଏସ୍ପି

ପ୍ରମାଣ ଆଧାରରେ ଅଭିଯୁକ୍ତ ଗିରଫ: ଏସ୍ପି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ କାଠିଆପଡା ଯୁବତୀ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡା ଏସ୍ପିଙ୍କ ସୂଚନା । କହିଲେ ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲ୍‌ରେ ୬୦ଟି ଅଶ୍ଳୀଳ ଭିଡିଓ ଥିବାର ପ୍ରମାଣ ମିଳିଛି । ଜୁଲାଇ ୧୭ରେ ପୀଡିତାର ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା । ସୋହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ତାହା ପଠାଇଥିଲା । ଅଗଷ୍ଟ ୫ରେ ଅଭିଯୁକ୍ତ ୫ରୁ ୬ ଥର ପୀଡିତାଙ୍କୁ ମେସେଜ୍ କରିଥିଲା । ଘଟଣା ଦିନ ସକାଳ ୭ଟା ୩୪ରେ ମୋବଇଲ୍‌ରେ କଲ୍‌ କରିଥିଲା। ଆମେ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌ କରି ସାରିଛୁ। ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ, ଆଉ କେହି ନୁହନ୍ତି। ଅଭିଯୁକ୍ତ ପ୍ରମୋଦ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲାଗିଛି। ଏସ୍ଏଫ୍ଏସ୍ଏଲ୍, ଏଫ୍‌ଏନ୍‌ଟି, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ। ସିସିଟିଭି ଫୁଟେଜ୍‌ରେ ପୀଡ଼ିତାଙ୍କ ବାପା, ମା’ଙ୍କ ଯିବା ଆସିବା ଦୃଶ୍ୟ ମିଳିଛି। ଅଭିଯୁକ୍ତ ପ୍ରମୋଦଙ୍କ ବାପାଙ୍କ ଏତଲା ନେଇ ମଧ୍ୟ ତଦନ୍ତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking