29.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶପତ୍ନୀକୁ ଡାକ୍ତରଖାନା ନେବାବେଳେ ଦୁର୍ଘଟଣା :  ସ୍ୱାମୀ ମୃତ

ପତ୍ନୀକୁ ଡାକ୍ତରଖାନା ନେବାବେଳେ ଦୁର୍ଘଟଣା :  ସ୍ୱାମୀ ମୃତ

ନୂଆଦିଲ୍ଲୀ : ଗର୍ଭବତୀ ପତ୍ନୀଙ୍କୁ କାରରେ ନେଇଯାଉଥିବା ବେଳେ ସ୍ୱାମୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ।  ଯେତେବେଳେ  ସ୍ତ୍ରୀକୁ ମେଡିକାଲ ନେଇଯାଉଥିଲେ ପଛପଟୁ ଏକ କାର ଆସି ବାଡେଇ ହୋଇଛି । ଫଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି ।  ପ୍ରାୟ ୧ ଘଣ୍ଟା ପରେ ତାଙ୍କ ସ୍ତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ । ରିପୋର୍ଟ ଅନୁସାରେ ଜଣପଡିଛି ,  ଜାନୁଆରୀ ୨୧ ବିଳମ୍ବିତ ରାତିରେ   ଗର୍ଭବତୀ ପତ୍ନୀ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ ।  ତାପରେ ତାଙ୍କ ସମ୍ପର୍କୀୟ ଏବଂ ଘର ଲୋକ ମିଳି ତାଙ୍କୁ କାରରେ ମେଡିକାଲ ନେଇଯାଉଥୁଲେ । ଏହା ପରେ ଡିଭାଉଡରରେ ଧକ୍କା ହୋଇ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛିି । ତାଙ୍କୁ ଆମ୍ବୁଲାନ୍ସ  ଯୋଗେ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏକ ଘଣ୍ଟା ପରେ ମହିଳା ଜଣଙ୍କ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଛୁଆ ବର୍ତ୍ତମାନ ସୁରକ୍ଷିତ ଏବଂ ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking