29.1 C
Bhubaneswar
Tuesday, February 10, 2026
Homeଓଡିଶାକାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ : ବୁଡ଼ିଗଲେ ୫ ନାବାଳକ-ନାବାଳିକା

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ : ବୁଡ଼ିଗଲେ ୫ ନାବାଳକ-ନାବାଳିକା

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସକାଳୁ ରାଜ୍ୟବ୍ୟାପି ଗାଁରୁ ସହର ଯାଏଁ ଶ୍ରଦ୍ଧାର ଡଙ୍ଗା ଭସାଯାଇଛି। ଏହି ଖୁସିର ପର୍ବରେ କିଛି ସ୍ଥାନରେ ଅଘଟଣ ଘଟିଛି, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ବୟସ ୩ରୁ ୧୨ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ପାଣିରୁ ଡଙ୍ଗା ସଂଗ୍ରହ କରୁଥିବା ବେଳେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୩ ଜଣ ନାବାଳିକା ଓ ବାଳକଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ବସ୍ତା ଥାନା ପଣିସାପଡ଼ା ଗାଁର ୨ ଜଣ ନାବାଳିକା ଓ ଖଇରା ଥାନା ସାଉଁଣ୍ଡିଆ ଗାଁର ଜଣେ ବାଳକ ଅଛନ୍ତି। ସେହିପରି କଟକ ଜିଲ୍ଲା ସାଲେପୁର ଓ ମାଲକାନଗିରି ଜିଲ୍ଲାର ଚମ୍ପାନଗରରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ସହିତ ଗାଁର ଅନ୍ୟମାନେ ପୋଖରୀରେ ଡଙ୍ଗା ଭସାଇଥିଲେ। ପରିବାର ଲୋକଙ୍କ ସହ ସେମାନଙ୍କ ଦୁଇ କୁନି ଝିଅ ମଧ୍ୟ ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସା ପରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଦୁଇ ସାଙ୍ଗ(୩ ଓ ୫ ବର୍ଷ) ଘର ପାଖ ପୋଖରୀ ନିକଟରେ ଖେଳୁଥିଲେ। ମଧ୍ୟାହ୍ନରେ ପରିବାର ଲୋକ ଦୁଇ ଝିଅଙ୍କୁ ଖୋଜା ଖୋଜି କରିଥିଲେ। ହେଲେ ପାଇନଥିଲେ। ଅପରାହ୍ନରେ ଗାଁ ଲୋକେ ପୋଖରୀରେ ଜାଲ ପକାଇ ଖୋଜିଥିଲେ। ସେତେବେଳେ ଦୁଇ ସାଙ୍ଗଙ୍କୁ ପାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌କୁ ନେଇଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶିଶୁ ଡଙ୍ଗା ଆଣିବାକୁ ଯାଇଥିବା ପାଣିରେ ବୁଡି ଯାଇଥିବା ଅଭିଯୋଗ ହେଉଛି।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବସ୍ତା ଥାନା ଅଧୀନ ମାଖନପୁର ଗ୍ରାମପଞ୍ଚାୟତର ସାଉଣ୍ଡିଆ ଗ୍ରାମର ମଧୁସୂଦନ ମଳିକ ଙ୍କର୍ ପୁତ୍ର ଆଶୁତୋଷ ମଳିକ(୩)ଙ୍କ ମୃତ୍ୟୁ ହୋଇଛି। ସେ ଡ଼ଙ୍ଗା ଆଣିବାକୁ ଯାଇ ବୁଡ଼ିଯାଇ ଥିଲା। ପରିବାର ଓ ଗ୍ରାମବାସୀମାନେ ଖୋଜାଖୋଜି ପରେ ପୋଖରୀରେ ଆଶୁତୋଷକୁ ଉଦ୍ଧାର କରାଯାଇଥିଲଶ। ଡାକ୍ତରଖାନାରେ ଆଶୁତୋଷକୁ ଡକ୍ଟର ମୃତ ଘୋଷଣା କରିଥିଲେ। ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣି ସମୟରେ ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମରେ ଅଘଟଣ ଘଟିଛି। ସାବିତ୍ରୀ ହନ୍ତାଳ(୧୨) ନିଜର ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା ସଂଗ୍ରହ କରୁଥିବା ବେଳେ ସାବିତ୍ରୀ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଦୌଡ଼ି ପଳାଉଥିଲେ। ସାବିତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ବେଳେ ସେ ପାଣିରେ ବୁଡ଼ି ଯାଇଥିବା ଖବର ପାଇ ପୋଖରୀରେ ଖୋଜିଥିଲେ। ବହୁ ସମୟପରେ ସାବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବାପା ତ୍ରିପତି ଗତ ବର୍ଷ ମୃତ୍ୟୁବରଣ କରିଥିବା ବେଳେ ଘରେ ମାଆ ଓ ଦୁଇ ଭାଇଭଉଣୀ ଅଛନ୍ତି। ମାଆ କୁମାରୀ କୁଲିମଜୁରି କରି ପିଲାଙ୍କୁ ପୋଷୁଥିଲେ।

ଅନ୍ୟ ଏକ ଘଟଣା କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଘଟିଛି। ଭାସୁଥିବା ସୋଲ ଡ଼ଙ୍ଗାକୁ ଆଣିବାକୁ ଯାଇ ଜଣେ ୩ ବର୍ଷ ବୟସର ନାବାଳକର ମୃତ୍ୟୁ ହୋଇଛି। ଛାଣିପୁର ପଞ୍ଚାୟତ କରମୁଆଁ ଗାଁରେ। ଏହି ଗାଁର ପ୍ରଦୀପ୍ତ ଭୋଇଙ୍କର ୩ ବର୍ଷର ନାବାଳକ ନୀତିଶ ଭୋଇ ଆଜି ଘର ପାଖ ପୋଖରୀରୁ ପୂର୍ବରୁ ଭସା ଯାଇଥିବା ସୋଲ ଡ଼ଙ୍ଗା ଆଣିବାବାକୁ ଯାଇ ପୋଖରୀରେ ପଡି ଯାଇ ତାର ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି। ତେବେ ଆଜି ଭଳି ଦିନରେ ଶିଶୁ ପୁତ୍ରଟିର ନିଧନରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking