13.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ଦୁର୍ଘଟଣା: ୧୨ ମୃତ

ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ଦୁର୍ଘଟଣା: ୧୨ ମୃତ

ନୂଆଦିଲ୍ଲୀ: ହାଇଦ୍ରାବାଦ- ବେଙ୍ଗାଲୁରୁ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  କୁର୍ଣ୍ଣୁଲ ଜିଲ୍ଲାର କ୍ଲ୍ୟୁର ଚିନ୍ନତେକପୁର ଅଞ୍ଚଳରେ ଏକ ବସରେ ନିଆଁ ଲାଗି  ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବେଙ୍ଗାଲୁରୁ- ହାଇଦ୍ରାବାଦ ରାଜପଥରେ  ବସଟି ବାଇକକୁ ଧକ୍କା ଦେଇଥିଲା । ଫଳରେ ବସଟିରେ ନିଆଁ ଲାଗିଯାଇଥିଲେ। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁରେ ବସଟି ସମ୍ପୁର୍ଣ୍ଣ  ଜଳିଯାଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲ ।  ବସରେ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪୨ ଜଣ ଯାତ୍ରୀ ଥିଲେ । ଅନ୍ୟ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ସେମାନଙ୍କ ଚିକିତ୍ସା ଜାରି ରହିଛି। ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରି ଏକ୍ସରେ ଟ୍ୱିଟ କରି କହିଛନ୍ତି, ଏହି ଘଟଣା ଜାଣିବା ପରେ ମୁଁ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ  ଆହତ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା କରାଯିବ। ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking