28.1 C
Bhubaneswar
Monday, June 9, 2025
Homeଓଡିଶାବାଲିପାଟଣାରେ ଦୁର୍ଘଟଣା: ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲିପାଟଣାରେ ଦୁର୍ଘଟଣା: ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର:ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଦୁର୍ଘଟଣା । ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରିକି ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ନିକଟ ଜୟଦେବ ହାଇସ୍କୁଲ ନିକଟରେ ହାଇୱା ଧକ୍କାରେ ନୁଆସାହି ଗ୍ରାମର ପିତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ସେ ସ୍ଥାନୀୟ ବଜାରକୁ କୌଣସି କାମରେ ଆସିଥିବା ବେଳେ ହାଇୱା 0D 05 AQ 6953 ତାଙ୍କ ଉପରେ ଚଢି ଯାଇଥିଲା  । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି  । ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking