24.1 C
Bhubaneswar
Friday, March 7, 2025
Homeଦେଶ ବିଦେଶକ୍ୟାଣ୍ଟର-ପିକଅପ୍ ମୁହାଁମୁହିଁ: ୯ ମୃତ

କ୍ୟାଣ୍ଟର-ପିକଅପ୍ ମୁହାଁମୁହିଁ: ୯ ମୃତ

ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁର ଜିଲ୍ଲାର ଉତ୍ତର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । କ୍ୟାଣ୍ଟର-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସୂଚନାନୁସାରେ, ଯାତ୍ରୀମାନଙ୍କ ମଧ୍ୟରେ ୨୦ ଜଣ ୱେଟର ଥିବାବେଳେ ପିକଅପ୍ ଭ୍ୟାନରେ ଯାତ୍ରୀମାନେ ଫିରୋଜପୁରରୁ ଜଲାଲାବାଦ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ।

ତେବେ ସକାଳୁ କୁହୁଡ଼ି ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଯେଉଁ କାରଣରୁ ପିକଅପ୍ ଭ୍ୟାନଟି ରାସ୍ତାକଡ଼ରେ ଥିବା କ୍ୟାଣ୍ଟରଟିକୁ ପିଟିଥିଲା । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳଙ୍କ ସମେତ ଗ୍ରାମବାସୀମାନେ ଆହତଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଗୁରୁତରଙ୍କୁ ଫିରୋଜପୁର, ଫରିଦକୋଟ, ଜଲାଲବାଦ ଓ ଗୁରୁହରସହାୟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଜଣ ଗୁରୁତରଙ୍କୁ ଫରିଦକୋଟର ଗୁରୁ ଗୋବିନ୍ଦ ସିଂ ମେଡିକାଲ କଲେଜକୁ ପଠାଯାଇଥିବା ବେଳେ ଅନ୍ୟ ଆହତମାନେ ଜଲାଲାବାଦ ଡାକ୍ତରଖାନାରେ ଚିକିତ୍ସିତ ହେଇଛନ୍ତି । ମୃତଦେହକୁ ଜଲାଲାବାଦ ଡାକ୍ତରଖାନାକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking