17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅଟୋକୁ ପିଟିଦେଲା ବସ୍‌, ୮ ପିଲାଙ୍କ ସମେତ ୧୧ ମୃତ

ଅଟୋକୁ ପିଟିଦେଲା ବସ୍‌, ୮ ପିଲାଙ୍କ ସମେତ ୧୧ ମୃତ

ରାଜସ୍ଥାନ : ଭୟଙ୍କର ସଡ଼କ ଦୁର୍ଘଟଣା। ଅଟୋକୁ ପିଟିଦେଲା ବସ୍‌। ଫଳରେ ଚାଲିଗଲା ୧୧ ଜଣଙ୍କ ଜୀବନ। ରାଜସ୍ଥାନର ଧୌଲପୁରରେ ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, କରୌଲି-ଧୌଲପୁର ଜାତୀୟ ରାଜପଥର ଏନ୍‌ଏଚ୍‌-୧୧(ବି) ସ୍ଥିତ ସୁନିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍‌ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଅଛନ୍ତି।

ସେହିପରି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମଧ୍ୟ ଅଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ସମସ୍ତଙ୍କ ମୃତକ ଅଟୋରେ ବସିଥିଲେ। ଏମାନେ ସମସ୍ତେ ବାଡି ସହରର ଗୁମଟ ଅଞ୍ଚଳର ବାସିନ୍ଦା। ଏମାନେ ସମସ୍ତେ ବରୌଲି ଗାଁରେ ଭାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ୍‌ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଯାହାକୁ ପୁଲିସ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking