24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା କାର୍‌। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ରାଜସ୍ଥାନ ସିରୋହି ନ୍ୟାଶନାଲ ହାଇୱେ-୨୭ରେ ଏହି ଘଟଣା ଘଟିଛି। ତେବେ ସମସ୍ତ ମୃତକ ଜାଲୋର ବୋଲି ଜଣାପଡ଼ିଛି । ସୂଚନା ମୁତାବକ,କାରରେ ଥିବା ୭ ଜଣ ଲୋକ ଅହମ୍ମଦାବାଦ ଫେରୁଥିଲେ। ସେହି ସମୟରେ ହାଇୱେ-୨୭ରେ କାର୍ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଅନ୍ୟପଟେ ଦୁର୍ଘଟଣାକୁ ନେଇ ଯାନବାହନ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୋଲିସକୁ ଗ୍ୟାସ କଟର ସାହାଯ୍ୟରେ କାର କାଟି ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ପଡିଲା। ଜଣେ ଗୁରୁତର ଆହତ ମହିଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏକ କ୍ରେନ୍ ସାହାଯ୍ୟରେ ଟ୍ରକରେ ଫସି ରହିଥିବା କାରଟିକୁ ବାହାର କରିଥିଲା। ମୃତକଙ୍କ ମଧ୍ୟରେ ପରିବାରର ଜଣେ ସଦସ୍ୟ ନରସାରାମଙ୍କ ପୁଅ ନାରାୟଣ ପ୍ରଜାପତି, ସ୍ତ୍ରୀ ପୋଶି ଦେବୀ, ପୁଅ ଦୁଷ୍ୟନ୍ତ ଏବଂ ଡ୍ରାଇଭର ପ୍ରକାଶଙ୍କ ପୁଅ କାଲୁରାମଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। କାଲୁରାମଙ୍କ ପୁଅ ଯଶାରାମ ଏବଂ ପୁଖରାଜଙ୍କ ପୁଅ ଜୟଦୀପଙ୍କ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking