34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶକାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୫ ଛାତ୍ର ମୃତ

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୫ ଛାତ୍ର ମୃତ

ଚେନ୍ନାଇ : କାର୍‌ ଓ ଟ୍ରକ୍ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଚାଲିଗଲା ୫ ଛାତ୍ରଙ୍କ ଜୀବନ। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି। ତାମିଲନାଡୁର ଚେନ୍ନାଇ-ତିରୁପତି ଏନ୍‌ଏଚ୍‌ ତିରୁଭେଲର ନିକଟରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସୂଚଦା ମୁତାବକ, ରବିବାର ବିଳମ୍ବିତ ରାତିରେ ତାମିଲନାଡୁର ତିରୁଭେଲର ନିକଟ ରାମନଚେରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଥିବା ୭ ଜଣ ଛାତ୍ରଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ସୂଚନା ମିଳିଛି। ରବିବାର ଛୁଟି ଥିବା ଯୋଗ ଛାତ୍ରମାନେ ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ପୁଳିସ ପୂରା ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking