26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଭୟାବହ ସଡ଼କ ଦୁର୍ଘଟଣା; ଆଖିବୁଜିଲେ ପରିବାରର ୫ ସଦସ୍ୟ

ଭୟାବହ ସଡ଼କ ଦୁର୍ଘଟଣା; ଆଖିବୁଜିଲେ ପରିବାରର ୫ ସଦସ୍ୟ

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୨ ପୁରୁଷ ଅଛନ୍ତି। ନୋଏଡା ଠାରୁ ପରୀଚୌକ୍ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ନଲେଜ ପାର୍କ ପୁଲିସ୍ ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ପରୀଚୌକ୍ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଛିଡା ହୋଇଥିବା ଏକ ଟ୍ରକ୍ ପଛପଟୁ ଯାଇ ଧକ୍କା ଦେଇଥିଲା। ଏଥିରେ କାର୍‌ରେ ଥିବା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି। କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ରାଜପଥରୁ ହଟାଇ ଦିଆଯାଇଛି ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking