29.1 C
Bhubaneswar
Saturday, September 7, 2024
Homeଓଡିଶାପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ମନ୍ଦିର ସାମ୍ନାରେ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଆଇଁଲାଛାଟ ଗାଁର ରାଜା କୁମ୍ଭାର, ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ ଓ ମାଟିଖାଇ ଗାଁର ସୁଶାନ୍ତ ସାହୁ । ଗୁରୁତର ଆହତ ଜଣକ ହେଲେ ଆଇଁଲାଛାଟ ଗାଁର କରଣ କୁମ୍ଭାର । ତାଙ୍କୁ ଉଲୁଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ମେଟକାନୀ ମନ୍ଦିର ସମ୍ନାରେ ରାସ୍ତାକଡ଼ରେ ଚା’ ଦୋକାନରେ ଚା’ ପିଉଥିଲେ । ସେଇ ସମୟରେ ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ସେମାନଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଧକ୍କା ଦେଇଥିବା ପିକଅପ୍ ଭ୍ୟାନଟି ଘଟଣାସ୍ଥଳରୁ ଫେରାର ହୋଇଥିଲା । ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପିକଅପ୍ ଭ୍ୟାନର ଡ୍ରାଇଭରଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking