ବରଗଡ଼: ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଦେନବାହାଲ ଗାଁରୁ କ୍ରିକେଟ ମ୍ୟାଚ ଦେଖି ଫେରିବାବେଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ଭାରସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।