25.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ବାନ୍ଦା: କାର୍ ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ୩ଜଣକ ମୃତ୍ୟୁ । ୟୁପିର ବାନ୍ଦା ଜିଲ୍ଲାରେ ଘଟିଥିବା ଦୁର୍ଘଟଣା ଏକ ପରିବାର ଜୀବନ ନେଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏହା ସହ ଜଣେ ଶିଶୁକନ୍ୟା ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର ପୁଅ ଅଛନ୍ତି । ସେମାନେ କାରରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଏହି ତିନିଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପୁଲିସ ମୃତଦେହକୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ମୃତକଙ୍କ ପରିବାର ଉପରେ ଏବେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି । ସୂଚନା ମୁତାବକ, ନବୋଦୟରେ ଶିକ୍ଷକ ଥିବା ବ୍ୟକ୍ତି ପୁଅ-ଝିଅ ଓ ପତ୍ନୀଙ୍କୁ ନେଇ କାରରେ ଯାଉଥିବା ବେଳେ ସତନା-ମେହର ରୋଡରେ ଥିବା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଥିଲା । ଟ୍ରକଟି ପ୍ରଥମେ କାରକୁ ଧକ୍କା ଦେବା ପରେ କାର ଉପରକୁ ଓଲଟି ପଡ଼ିଥିଲା । ଏହା ଫଳରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା । ହେଲେ କାର୍ ଭିତରେ ଥିବା ଶିକ୍ଷକଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking