30.1 C
Bhubaneswar
Saturday, February 14, 2026
Homeଓଡିଶାଅଟୋ-ବାଇକ୍ ମୁହାଁମୁହିଁ: ୨ ଜଣଙ୍କ ମୃତ୍ୟୁ

ଅଟୋ-ବାଇକ୍ ମୁହାଁମୁହିଁ: ୨ ଜଣଙ୍କ ମୃତ୍ୟୁ

ଗଞ୍ଜାମ : ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା-କରପଡ଼ା ରାସ୍ତା କାଣ୍ଡେସର ଗ୍ରାମର ହରିଜନ ସାହି ନିକଟରେ ଆଜି ଏକ ଯାତ୍ରୀବାହୀ ଓ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, କାଣ୍ଡେସର ଗ୍ରାମର ସୀମାଞ୍ଚଳ ରେଡ୍ଡୀ (୪୯) ଓ କୁନ୍ତୀ ଗୌଡ଼ (୬୫)। ସୀମାଞ୍ଚଳ କୌଣସି କାମରେ ଦିଗପହଣ୍ଡି ଯାଇ ବାଇକ୍‌ରେ ଗାଁକୁ ଫେରିଥିଲେ। ଏହି ସମୟରେ ଗୋକର୍ଣ୍ଣପୁର ଛକରେ ବସ୍ ପାଇଁ ଅପେକ୍ଷା କରିଥିବା କୁନ୍ତୀଙ୍କୁ ସେ ଲିଫ୍‌ଟ୍ ଦେଇଥିଲେ। ତେବେ କୁନ୍ତୀଙ୍କ ଘରଠୁ ଅଳ୍ପ ଦୂରରେ ବିପରୀତ ଦିଗ ବଡ଼ଡୁମ୍ବୁଳା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ସାମ୍ନାପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କୁନ୍ତୀ ଓ ସୀମାଞ୍ଚଳ ଉଭୟ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆଉ ଅଟୋକୁ ଘଟଣାସ୍ଥଳରେ ରଖି ଚାଳକ ଫେରାର ହୋଇ ଯାଇଥିଲା। ଦିଗପହଣ୍ଡି ପୁଲିସ ପହଞ୍ଚି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଉଭୟଙ୍କ ଶବ ଗ୍ରାମକୁ ଅଣାଯିବା ପରେ ସରପଞ୍ଚ ବି.ଲିଙ୍ଗରାଜ ଦୋରାଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking