23.1 C
Bhubaneswar
Monday, February 23, 2026
Homeଓଡିଶାଗଛକୁ ପିଟିଲା ବାଇକ, ବାପ-ପୁଅ ମୃତ

ଗଛକୁ ପିଟିଲା ବାଇକ, ବାପ-ପୁଅ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସଲଣ୍ଡି-ଖରବାହାଲି ଗାଁ ମଝିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ବାପପୁଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ମନୁ ନିଆଲ ଓ ତାଙ୍କ ପୁଅ କ୍ଷେତ୍ରି ନିଆଲ। ସେମାନେ ଖରବାହାଲିର ବାସିନ୍ଦା ଥିଲେ। ବାପପୁଅ ବାଇକ ଯୋଗେ କଣ୍ଟାବାଞ୍ଜିରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସଲଣ୍ଡି-ଖରବାହାଲି ଗାଁ ମଝିରେ ଏକ ଗଛରେ ସେମାନଙ୍କ ବାଇକ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ମନୁ ନିଆଲଙ୍କୁ ମୃତ ଘୋଷଣା କରିଥିଲେ। କ୍ଷେତ୍ରି ନିଆଲଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବେଲପଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking