28.1 C
Bhubaneswar
Thursday, February 5, 2026
Homeଓଡିଶାବାଇକ୍‌-ହାଇଓ୍ବା ଧକ୍କା, ୨ ମୃତ

ବାଇକ୍‌-ହାଇଓ୍ବା ଧକ୍କା, ୨ ମୃତ

କଟକ: ଦୁଇ ବାଇକ୍ ଆରୋହୀଙ୍କୁ ଚାପିଦେଲା ହାଇଓ୍ବା। ବାରଙ୍ଗ ଗୋଡି ସାହି ମୁଣ୍ଡଳି କେନାଲ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ କେନାଲ ରାସ୍ତାରେ ହାଇଓ୍ବା ଟ୍ରକ୍ ଟି ମୁଣ୍ଡଳୀ ଆଡ଼େ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ହାଇଓ୍ବା ଟ୍ରକଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking