15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗଙ୍ଗାସ୍ନାନ ପାଇଁ ତିନିଜଣ ବନ୍ଧୁ ସାଙ୍ଗ ହୋଇ ବାଇକରେ ଯାଉଥିବା ବଳେ ଟ୍ରକ ସହିତ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ପରିବାରଲୋକଙ୍କୁ ଖବର ଦେଇଥିଲା।

ଖବର ପାଇ ଶବବ୍ୟବଚ୍ଛେଦଗୃହ ପହଞ୍ଚିଥିବା ମୃତକଙ୍କ ଭାଇ ଅରୁଣ କହିଛନ୍ତି, ‘ମୋ ଭାଇ ଶକ୍ତିମାନ ତାର ଦୁଇଜଣ ସାଙ୍ଗ ଶିବମ ଓ ଛୋଟେଲାଲଙ୍କୁ ଧରି କାହାକୁ କିଛି ନକହି ସ୍ନାନ କରିବା ପାଇଁ ଭୋର ୩ଟାରେ ହରଦୋଇ ମଣ୍ଡିଲାରୁ ବିଲହୋର ନାନାମଉ ଘାଟକୁ ଯାଉଥିଲା। ଏହି ସମୟରେ ତାର ବାଇକ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ସହିତ ଧକ୍କା ହୋଇ ଯାଇଥିଲା।

ଫଳରେ ଶକ୍ତିମାନ ଓ ଶିବମଙ୍କ ଉପରେ ଟ୍ରକ ମାଡ଼ିଯିବାରୁୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛୋଟେଲାଲ ଗୁରୁତର ଆହତ ହୋଇଥିଲା। ଯାହାର ଚିକିତ୍ସା ହସ୍ପିଟାଲରେ ଚାଲୁଛି। ସକାଳ ୪ଟ‌ାରେ ପୁଲିସ ଫୋନ କରି କହିଥିଲା ଶକ୍ତିମାନଙ୍କ ଦୁର୍ଘଟଣା ହୋଇଛି ଆସି ହସ୍ପିଟାଲରେ ପହଁଞ୍ଚ। ହସ୍ପିଟାଲରେ ପହଞ୍ଚିବା ବ‌େଳେ ଶକ୍ତିମାନ ଓ ଶିବମଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲି। ଏହାପରେ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଥିଲି।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking