20.1 C
Bhubaneswar
Wednesday, January 14, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

କଲମପୁର : କଲମପୁର ବ୍ଲକ୍ ଅଧୀନସ୍ଥ କୁଟୃ ଛକ କେନାଲରୁ ମୂମୁର୍ଷୁ ଅବସ୍ଥାରେ ପଡି ରହିଥିବା ଜନୈକ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଯୁବକଙ୍କ ମୃତ୍ୟୁ ହେଇ ସାରିଥିଲା। ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପ୍ରାଥମିକ ତଦନ୍ତ କରିଥିଲେ।

ସୂଚନା ଅନୁସାରେ କୁଟୃ ଛକର ଲିଙ୍ଗରାଜ ନାମକ ଜନୈକ ଯୁବକ ଏକ ବାଇକ୍ ଯୋଗେ କୌଣସି ସ୍ଥାନକୁ ଯାଇ ଫେରୁଥିବା ବେଳେ କୁଟୃ କେନାଲ ଭିତରେ ପଡିଥିଲା। କୌଣସି ଅଜଣା ଗାଡ଼ି ଧକ୍କାରେ ଲିଙ୍ଗରାଜ ଦୁର୍ଘଟଣାର ସମ୍ମୁଖୀନ ହେଇଥିବା ସନ୍ଦେହ କରାଯାଉଛି। ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଛି। ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସନ୍ଧ୍ୟା ହେଇଯାଇଥିଲା ଯୋଗୁଁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking