28.1 C
Bhubaneswar
Monday, March 30, 2026
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ନାବାଳକ ମୃତ, ବାପା ଗୁରୁତର

ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ନାବାଳକ ମୃତ, ବାପା ଗୁରୁତର

ନବରଙ୍ଗପୁର : ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରୀ ଗ୍ରାମରେ ଆଜି ସକାଳ ୫ଟା ସମୟରେ ରାଜ୍ୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ସାଇକେଲରେ ଯାଉଥିବା ବାପା ଓ ୮ ବର୍ଷର ନାବାଳକ ପୁଅକୁ ଏକ ଆମ୍ବୁଲାନ୍ସ ପଛ ପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ପରେ ଆମ୍ବୁଲାନସ ଡ୍ରାଇଭର ଡାବୁଗାଁ ଥାନାରେ ଆତ୍ମ ସମର୍ପଣ କରିଛନ୍ତି।

ତେବେ କ୍ଷତିପୂରଣ ଦାବିରେ ମହେନ୍ଦ୍ରୀ ଗ୍ରାମବାସୀ ଓ ପରିବାର ଲୋକେ ନବରଙ୍ଗପୁର ଡାବୁଗାଁ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଏହାଦ୍ଵାରା ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଯାନବାହନ ଅଟକି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ ହଟାଇବାକୁ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। ମୃତ ନାବାଳକ ମହେନ୍ଦ୍ରୀ ଗ୍ରାମର ଗଣେଶ ମହାନ୍ତିଙ୍କ ୮ ବର୍ଷର ପୁଅ ନିଖିଲ ମହାନ୍ତି। ମହେନ୍ଦ୍ରୀ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking