17.1 C
Bhubaneswar
Monday, December 22, 2025
Homeସ୍ୱାଧୀନତା ଦିବସ- ୨୦୨୪ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ...

ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ…

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ । ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ଦୀର୍ଘଦିନ ଇଂରେଜ ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମୁକ୍ତି ପାଇଲା। ଏନେଇ ଅନେକ ଦେଶଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି। ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ନିଜ ନିଜ ଉପାୟରେ ଭାରତର ସ୍ୱାଧୀନତା ପାଇଁ ସହଯୋଗ କରିଥିଲେ।
ସୁଭାଷ ଚନ୍ଦ୍ର ବୋଷ:
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଭାରତୀୟ ଜାତୀୟତାବାଦୀ ନାୟକ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଜନମାନସରେ ନେତାଜୀ ଭାବରେ ପରିଚିତ ସୁଭାଷ ୨୩ ଜାନୁୟାରୀ ୧୮୯୭ରେ କଟକର ଓଡ଼ିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଉତ୍କୃଷ୍ଟ ଜାତୀୟତାବାଦୀ ଥିଲେ ଏବଂ ତାଙ୍କ ଠାରେ ଅତୁଟ ଦେଶପ୍ରେମ ଥିଲା।
ସେ ୧୯୨୦ ଦଶକର ଆରମ୍ଭରୁ ୧୯୩୦ ଦଶକ ପର୍ଯ୍ୟନ୍ତ କଂଗ୍ରେସର ଏକ କଠୋରପନ୍ଥୀ ଯୁବ ଗୋଷ୍ଠୀର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସରକାରୀ ରେକର୍ଡ ଅନୁଯାୟୀ ୧୮ ଅଗଷ୍ଟ ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନେକ ବିଶ୍ୱାସ କରନ୍ତି ଯେ ସେ ବଞ୍ଚିଥିଲେ ଏବଂ ପରେ ମୃତ୍ୟୁବରଣ କରିଥିଲେ।
ସର୍ଦ୍ଦାର ଭଗତ ସିଂହ:
ସର୍ଦ୍ଦାର ଭଗତ ସିଂହ ୨୮ ସେପ୍ଟେମ୍ବର ୧୯୦୭ରେ ପାକିସ୍ତାନର ବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତ ପାଇଁ ସ୍ୱାଧୀନତା ସଂଗ୍ରାମରେ ସେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ଥିଲେ, ଯଦିଓ ତାଙ୍କର ରାସ୍ତାକୁ ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହରୁଙ୍କ ପରି ଅନେକ ସମସାମୟିକ ବ୍ୟକ୍ତି ପ୍ରଶ୍ନ କରିଥିଲେ।
ସେ ୧୯୨୮ ମସିହାରେ ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ସ୍ୱରୂପ ବ୍ରିଟିଶ ପୋଲିସ ଅଧୀକ୍ଷକ ଜେମ୍ସ ସ୍କଟଙ୍କୁ ହତ୍ୟା କରିବା ପାଇଁ କରାଯାଇଥିବା ଏକ ଷଡଯନ୍ତ୍ରରେ ସେ ଜଡିତ ଥିଲେ। ୨୩ ମାର୍ଚ୍ଚ ୧୯୩୧ରେ ବ୍ରିଟିଶମାନେ ଏହି ବୀର ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପାକିସ୍ତାନର ଲାହୋର ସେଣ୍ଟ୍ରାଲ ଜେଲରେ ଫାଶୀ ଦେଇଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୨୩ ବର୍ଷ ଥିଲା। ପରେ ପରେ ସେ ସହିଦ ଭଗତ ସିଂହ ନାମରେ ଖ୍ୟାତ ହୋଇଗଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking