21.1 C
Bhubaneswar
Monday, December 8, 2025
Homeଅପରାଧରେଡ ବେଳେ ଅବକାରୀ ଟିମ ହଟହଟା

ରେଡ ବେଳେ ଅବକାରୀ ଟିମ ହଟହଟା

ବାଲେଶ୍ୱର: ବ୍ରାଉନ୍ସୁଗାର ଧରିବାକୁ ଯାଇ ଅବକାରୀ ଟିମ ହଟହଟା । ମହିଳାଙ୍କୁ ଗିରଫ କରି ନେବା ବେଳେ ଉତ୍ତେଜନା । ବାଲେଶ୍ୱର କମର୍ଦା ବଜାରରେ ଉତ୍ତେଜନା । ଧଳା ଜହର ପାଇଁ ଚଢ଼ାଉ କରିଥିଲେ ଅବକାରୀ ଟିମ । ସୂଚନା ଅନୁଯାଇ , ମର୍ଦା ବଜାର ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ବ୍ରାଉନ ସୁଗାର କାରବାର ହେଉଥିବା ଅଞ୍ଚଳରେ ଚଢାଉ କରିଥିଲା ଜଳେଶ୍ଵର ଅବକାରୀ ଟିମ୍ । ଅବକାରୀ ଟିମ୍‌ ଉକ୍ତ ସ୍ଥାନରେ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲା । ଗିରଫ କରିବା ପରେ ମହିଳାଙ୍କୁ ନେଇ ଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଗାଡ଼ି ଅଟକାଇଥିଲେ । ଅବକାରୀ ଟିମ୍‌ ଉକ୍ତ ସ୍ଥାନରେ ହଟହଟା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking