ଯାଜପୁର: ଯାଜପୁର ଜିଲ୍ଲା ରେ ବ୍ରାଉନ ସୁଗାରଚୋରା ବେପାରୀ ମାନଂକ ଆଡ୍ଡା ସ୍ଥଳୀ ପାଲଟିଛି l ସମଗ୍ର ଜିଲ୍ଲା ର କୋଣ ଅନୁକୋଣ ରେ ସେମାନଙ୍କ ବେପାର ର କାୟ ବିସ୍ତାର କରି ଚାଲିଛନ୍ତି ବିଭନ୍ନ ସ୍ଥାନ ରୁ ବ୍ରାଉନ ସୂଗାର୍ ଜବତ କାରା ଯାଇଚି ଅବକାରୀ ବିଭାଗ ଓ ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ସାଜିଛି l ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ନୂଆଗାଁ ଛକରେ ଚଢ଼ାଉ କରାଯାଇ ୩୫ ଗ୍ରାମ ବ୍ରାଉନ ସୁଗାର ସହ ଜଣକୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁରରୋଡ଼ ଥାନା ଦାନଗଦି ନୂଆଗାଁ ଅଞ୍ଚଳର ମନୋରଞ୍ଜନ ମଳିକ (୨୬) | ଏହାସହିତ ଅଭିଯୁକ୍ତ ନିକଟରୁ ଏକ ବଜାଜ ପଲସର ବାଇକ ଓଡି 0୫ ଜି ୫୧୧୪ କୁ ଜବତ କରାଯଇଛି | ଅବକାରୀ ବିଭାଗ ୨0୮/ ୨୪-୨୫ ରେ ଏକ ମାମଲା ୠଜୁକରି ଅଭିଯୁକ୍ତକୁ ଯାଜପୁରରୋଡ଼ କୋର୍ଟକୁ ଚାଲାଣ କରିଛନ୍ତି | ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଡୋଲିପୁର ଅବକାରୀ ନିରୀକ୍ଷକ ନାରାୟଣ ବେହେରା ସକାଳ ୧୧ ଘଟିକା ସମୟରେ ନୂଆଗାଁ ଛକରେ ଚଢ଼ାଉ କରିଥିଲେ | ଏହି ସମୟରେ ଅଭିଯୁକ୍ତ ମନୋରଞ୍ଜନ ଏକ ବାଇକରେ ବ୍ରାଉନସୁଗାର ନେଇ ଆସୁଥିବା ସମୟରେ ଗିରଫ କରିନେଇଥିଲେ | ଏହି ଚଢ଼ାଉରେ ଏସ ଆଇ ଶ୍ରୀକାନ୍ତ ଜେନା, ରଶ୍ମିରେଖା ଜେନା, ଚଗଲା ମଳିକ, ସୁଚିତ୍ରା ନାୟକ ଓ ମାଳତୀ ମାଝୀ ସାମିଲ ଥିଲେ |