20.1 C
Bhubaneswar
Wednesday, January 14, 2026
Homeଖେଳକେକେଆର୍‌କୁ ଫେରିଲେ ଅଭିଷେକ ନାୟର୍

କେକେଆର୍‌କୁ ଫେରିଲେ ଅଭିଷେକ ନାୟର୍

କୋଲ୍‌କାତା: ଭାରତୀୟ ଟିମ୍‌ର କୋଚିଂ ଷ୍ଟାଫ୍‌ରୁ ବିଦା ହେବା ପରେ ପୂର୍ବତନ ସହାୟକ କୋଚ୍ ଅଭିଷେକ ନାୟର୍ ଚଳିତ ଆଇପିଏଲ୍ ସିଜନ୍ ମଧ୍ୟରେ ପୁଣିଥରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଟିମ୍‌ରେ ଯୋଗ ଦେଇଛନ୍ତି। ଶନିବାର ଫ୍ରାଞ୍ଚାଇଜି ପକ୍ଷରୁ ‘ଏକ୍ସ’ରେ ଏହି ସୂଚନା ପ୍ରଦାନ କରାଯାଇଛି। ଟିମ୍‌ରେ ସେ ସହାୟକ କୋଚ୍ ଦାୟିତ୍ୱ ତୁଲାଇବେ। ଏହା ପୂର୍ବରୁ ଅଭିଷେକ ୨୦୧୮ରୁ ୨୦୨୪ ସିଜନ୍ ପର‌୍ୟ୍ୟନ୍ତ କେକେଆର୍ ଟିମ୍‌ର କୋଚିଂ ଷ୍ଟାଫ୍‌ର ସଦସ୍ୟ ଥିଲେ। ଗତବର୍ଷ ଜୁଲାଇରେ ତାଙ୍କୁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂ ଷ୍ଟାଫ୍‌ରେ ସାମିଲ କରାଯାଇଥିଲା। କିନ୍ତୁ ୮ ମାସ ପରେ ତାଙ୍କୁ ସହାୟକ କୋଚ୍ ପଦରୁ ହଟାଇ ଦିଆଯାଇଥିଲା।

ବିସିସିଆଇ ଗୁରୁବାର ଏକ ବଡ଼ ନିଷ୍ପତ୍ତିକ୍ରମେ ଗୁରୁବାର ଫିଲ୍ଡିଂ କୋଚ୍ ଟି. ଦିଲୀପ୍‌, ଷ୍ଟ୍ରେଙ୍ଗ୍‌ଥ୍ ଆଣ୍ଡ୍ କଣ୍ଡିସନିଂ କୋଚ୍ ସୋହମ ଦେସାଇଙ୍କ ସମେତ ଅଭିଷେକଙ୍କୁ ବରଖାସ୍ତ କରିଥିଲା। ଏହା ବ୍ୟତୀତ ଟିମ୍‌ର ଜଣେ ମସାଜର୍ ମଧ୍ୟ ବରଖାସ୍ତ ହୋଇଥିଲେ। ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର୍‌-ଗାଭାସ୍କର ଟ୍ରଫି (ବିଜିଟି)ରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ଅଭିଷେକଙ୍କୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ବିସିସିଆଇ ଏନ୍‌ସିଏ ଓ ଭାରତ-ଏ’ କୋଚ୍ ସୀତାଂଶୁ କୋଟକଙ୍କୁ ସୀମିତ ଓଭର୍ କ୍ରିକେଟ୍ ପାଇଁ ବ୍ୟାଟିଂ କୋଚ୍ ଭାବେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ସାମିଲ କରିଥିଲା। ଏହାପରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଅବଶ୍ୟ ସେତେବେଳେ ଅଭିଷେକ, ରେୟାନ୍ ଟେନ୍ ଡୋଶେଟ୍‌, ମୋର୍କେ ମୋର୍କେଲ୍ ଓ ଟି ଦିଲୀପ୍ କୋଚିଂ ଷ୍ଟାଫ୍‌ଙ୍କ ସଦସ୍ୟ ଥିଲେ। ଟି ଦିଲୀପ୍ ଓ ସୋହମ୍ ଦେସାଇଙ୍କ ତିନିବର୍ଷର କାର‌୍ୟ୍ୟକାଳ ଶେଷ ହୋଇଥିବା ବେଳେ ଅଭିଷେକ ୮ ମାସ ଟିମ୍ ଇଣ୍ଡିଆରେ କାର‌୍ୟ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking