35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶରାଘବ ଚଢାଙ୍କୁ ଉପନେତା ପଦରୁ ହଟାଇଲା ଆପ

ରାଘବ ଚଢାଙ୍କୁ ଉପନେତା ପଦରୁ ହଟାଇଲା ଆପ

ନୂଆଦିଲ୍ଲୀ: ଆପର ରାଜ୍ୟସଭା ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବାକୁ ରାଜ୍ୟସଭା ସଚିବାଳୟକୁ ଚିଠି ପଠାଇଲା ଆମ ଆଦମୀ ପାର୍ଟି । ଆପ ପାଇଁ ଆହୁତ ସମୟ ରାଘବ ଚଢାଙ୍କୁ ଆଲର୍ଟ ନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ଆପ ଉପନେତା ପଦ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟସଭାରେ ଆପର ୧୦ ସଦସ୍ୟଙ୍କ ମଧ୍ୟରେ ରାଘବ ଚଢା ଅନ୍ୟତମ । ୩୩ ବର୍ଷ ବୟସରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ରାଜ୍ୟସଭା ଯାଇଛନ୍ତି ରାଘବ । ସୂଚନାରୁ ଜଣାପଡିଛି ଯେ, ସଂସଦରେ ସାଧାରଣ ପ୍ରସଙ୍ଗ ଉଠାଇ ସରକାରଙ୍କ ଆଗରେ ପ୍ରଶ୍ନ ରଖୁଛନ୍ତି । ଯେପରିକି ଆମେ ଦେଖିବା, ବିମାନ ବନ୍ଦରରେ ଚାହା, ସମୋସାର ମୂଲ୍ୟ । ମୋବାଇଲ ରିଚାର୍ଜ, ଇନକମିଂକଲ , ଡେଲିଭରି ବୟଙ୍କ ସମସ୍ୟା ଏପରି ପ୍ରସଙ୍ଗ ସଂସଦରେ ଉଠାଇ ଖବରର ଶିରୋନାମା ପାଲଟିଛନ୍ତି । ଏହାରି ଭିତରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଘବ ଯେଉଁ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିବେ ସେସବୁ ନିଜ ଦଳ ସହ ଆଲୋଚନା କରିନଥିବା କୁହାଯାଉଛି । ଏଥିପାଇଁ ଆପ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା । କିନ୍ତୁ ଦଳ କାହିଁକି ରାଘବ ଚଢା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲା ତାହାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ହେଲେ ରାଜନୈତିକ ମହଲରେ ବହୁ ଦିନ ଧରି କଳ୍ପନା ଜଳ୍ପନା ହେଉଛି ଯେ, ରାଘବ ଆପ ବିରୋଧରେ କହୁଛନ୍ତି ।

ଏହା ଛଡା, ଯେତେବେଳେ ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ମଦ ଦୁର୍ନୀତି ମାମାଲାରେ ଉଭୟଙ୍କୁ ଯେତେବେଳେ ନିର୍ଦ୍ଦୋଷରେ ଖୋଲାଗଲା, ସେତେବେଲେ ମଧ୍ୟ ରାଘବ କୌଣସି ବୟାନ ଦେଇନଥିଲେ ।ଜଣେ ଚାଟାର୍ଡ ​​ଆକାଉଣ୍ଟାଣ୍ଟ, ରାଘବ ଚଢା 2012 ମସିହାରେ AAP ପ୍ରତିଷ୍ଠା ହେବା ଦିନଠାରୁ ଏଥିରେ ଅଛନ୍ତି ଏବଂ କେଜରିୱାଲଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ଏହା ବ୍ୟତୀତ, ସେ ଦଳର ଜାତୀୟ କୋଷାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ଏହାର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଥିଲେ।ଦିଲ୍ଲୀରେ ବିଧାୟକ ଥିବା ସମୟରେ ରାଘବ ଚଢା ରାଜ୍ୟସଭାରେ ପ୍ରବେଶ କରିଥିଲେ ଏବଂ ଉଚ୍ଚ ସଦନର ସବୁଠାରୁ ଯୁବ ସଦସ୍ୟଙ୍କ ମଧ୍ୟରୁ ଜଣେ ହୋଇଥିଲେ। ସେ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking