ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ବାହାରେ ଆପ ବିଧାୟକଙ୍କ ଜୋରଦାର ହଙ୍ଗାମା କରୁଥିବାର ଦେଖିବାକୁ ମିଳିଛି । ବିଧାନସଭାକୁ ପ୍ରବେଶ କରିପାରୁନାହାନ୍ତି ଆପ ବିଧାୟକ । ୨୧ ବିଧାୟକଙ୍କୁ ଶୁକ୍ରବାର ଯାଏଁ ଲାଗିଛି କଟକଣା । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ଆପ ବିଧାୟକ । ଏହାର ପ୍ରତିବାଦରେ ଆପ ବିଧାୟକ ହଙ୍ଗାମା କରିଛନ୍ତି । ଏନେଇ ଦିଲ୍ଲୀ ପୁଲିସ ଓ ଆତିଶୀ ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣା ଉପରେ ଆତିଶୀ ପ୍ରତିକ୍ରିୟା ଦେଇଛନ୍ତି ।
#WATCH | Delhi: Assembly LoP and AAP leader Atishi says, “Police officers are saying that we (AAP MLAs) are suspended from the assembly, so we will not even be allowed to enter the assembly premises. This is undemocratic and unconstitutional… To date, this has never happened in… pic.twitter.com/FeZ1xpPohT
— ANI (@ANI) February 27, 2025
ଆତିଶୀ କହିଛନ୍ତି , ପୋଲିସ ଅଧିକାରୀମାନେ କହୁଛନ୍ତି ଯେ ଆପ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି, ତେଣୁ ସେମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। “ଏହା ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଆଜି ପର୍ଯ୍ୟନ୍ତ ଦେଶର ଇତିହାସରେ ଏପରି କେବେ ହୋଇନାହିଁ । ସଂସଦରେ ମଧ୍ୟ ନିଲମ୍ବିତ ହେବା ପରେ ମଧ୍ୟ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ହେଉଛି । ଆମେ ବାଚସ୍ପତିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ କିନ୍ତୁ କିଛି ହେଉନାହିଁ ” ।










