ପଞ୍ଜାବ: ପଞ୍ଜାବରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା । ପଞ୍ଜାବର ଜଳନ୍ଧର ସ୍ଥିତ ମଡେଲ ଟାଉନର ଏହି ହତ୍ୟାକାଣ୍ଡ ଘଟିଛି । ଆମ ଆଦମୀ ପାର୍ଟି (ଆପ୍) ନେତା ଲକି ଓବରଏଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ପଞ୍ଜାବ ଜଳନ୍ଧରସ୍ଥିତ ମଡେଲ ଟାଉନରେ ଏକ ଗୁରୁଦ୍ୱାର ବାହାରେ ଦୁଇ ଚକିଆ ଗାଡିରେ ଅଜ୍ଞାତ ଆକ୍ରମଣକାରୀମାନେ ଆସି ତାଙ୍କ ଉପରେ ଗୁଳି ଚାଳାଇଥିଲେ । ସେ କାର୍ ଭିତରେ ଥିବା ସମୟରେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । କିନ୍ତୁ ତାଙ୍କୁ ପାଞ୍ଚ ରାଉଣ୍ଡ ଗୁଳି ବାଜିଥିଲା । ଆକ୍ରମଣ ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଶ୍ରୀ ରାମ ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିବା ସହ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।










