29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସାଙ୍ଗଙ୍କ ସହ ବୁଲିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ସାଙ୍ଗଙ୍କ ସହ ବୁଲିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସାଙ୍ଗ ପୀଡ଼ିତାଙ୍କୁ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଜାଣି ପୁଲିସକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ପୁଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ପୁଣେ ପୁଲିସର ସୂଚନାନୁସାରେ ପୀଡିତା ଓ ତାଙ୍କ ସାଙ୍ଗ କଲେଜ ଛାତ୍ରୀ । ପୀଡିତା ଜଲଗ୍ରାମର ବାସିନ୍ଦା ହୋଇଥିବାବେଳେ ତାଙ୍କ ସାଙ୍ଗ ସୁରଟରେ ବସବାସ କରନ୍ତି । ଦୁହେଁ ସମାନ କଲେଜରେ ପାଠପଢ଼ନ୍ତି ।

ଗତକାଲି ପୀଡ଼ିତା ଓ ତାଙ୍କ ସାଙ୍ଗ ଦୁହେଁ କୌଣସି କାମରେ ଯାଇଥିବା ବେଳେ ଫେରୁଫେରୁ ରାତି ହୋଇଯାଇଥିଲା । ଏହି ସମୟରେ ବାଟରେ ତିନିଜଣ ଯୁବକ ଦୁଇଯୁବତୀଙ୍କୁ ଘେରି ଯାଇଥିଲେ । ପୀଡ଼ିତା ଜଣକ ଉକ୍ତ ଯୁବକମାନଙ୍କୁ ଗାଳିଗୁଲଜ କରିବାରୁ ସେମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ସାଙ୍ଗ ଏସବୁ ଆଖି ସାମ୍ନାରେ ଦେଖୁଥିବା ବେଳେ ଭୟରେ କିଛି କହି ନଥିଲେ । ଘଟଣା ଘଟାଇ ଦୁଷ୍କର୍ମକାରୀମାନେ ଘଟଣାସ୍ଥଳରୁ ଚାଲିଯିବା ପରେ ପୀଡ଼ିତାଙ୍କ ସାଙ୍ଗ ସ୍ଥାନୀୟଲୋକଙ୍କୁ ସାହାଯ୍ୟ ମାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପୁଣେ ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଏକ ଟିମ ଗଠନ କରି ଘଟଣାସ୍ଥଳର ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅଧାର କରି ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking