19.1 C
Bhubaneswar
Sunday, February 15, 2026
Homeଅପରାଧପ୍ରେମ ପାଇଁ ପରିବାରର ୧୩ ସଦସ୍ୟଙ୍କ ଜୀବନ ନେଲେ ଯୁବତୀ

ପ୍ରେମ ପାଇଁ ପରିବାରର ୧୩ ସଦସ୍ୟଙ୍କ ଜୀବନ ନେଲେ ଯୁବତୀ

ପାକିସ୍ତାନ : ପାକିସ୍ତାନରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଯୁବତୀ ଘଟାଇଛନ୍ତି ନାରକୀୟ କାଣ୍ଡ। ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ଜୀବନରୁ ମାରି ଦେଲେ ।ସୂଚନା ଅନୁସାରେ, ପାକିସ୍ତାନର ଖେରିପୁର ସ୍ଥିତ ହୈବତ ଖାନ ଭୋଇ ଗ୍ରାମର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ମାତ୍ର ପରିବାର ଲୋକେ ତାଙ୍କ ସହ ବାହା ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ। ଫଳରେ ସେ ତାଙ୍କ ପ୍ରେମିକ ସହ ମିଶି ବାପାମାଆଙ୍କ ସହ ଅନ୍ୟ ସଦସ୍ୟଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଶେଷରେ ଅଗଷ୍ଟ ୧୯ରେ ଘରେ ଥିବା ଅଟାରେ ମାରାତ୍ମକ ବିଷ ମିଶାଇଥିଲେ। ପରିବାରର ୧୩ ଜଣ ସଦସ୍ୟ ଏହି ଅଟାରୁ ତିଆରି ରୁଟି ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ପୋଷ୍ଟମୋର୍ଟମ୍ ରିପୋର୍ଟରୁ ବିଷକ୍ରିୟା ହୋଇଥିବା ଜଣାପଡିଥିଲା। ମାତ୍ର ସେମାନେ ଆତ୍ମହତ୍ୟା କରିଥିଲେ ନା ଅନ୍ୟ କେହି ଖାଦ୍ୟରେ ବିଷ ମିଶାଇଥିଲେ ସେନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତଦନ୍ତ ସମୟରେ ଯୁବତୀ ଜଣକ ସତ ମାନିଛନ୍ତି। ପ୍ରେମିକ ସହ ମିଶି ଅଟାରେ ବିଷ ମିଶାଇଥିବା କହିଛନ୍ତି। ପୁଲିସ ଯୁବତୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking