17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଅଟଳ ସେତୁରୁ ଡେଇଁ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଉଦ୍ୟମ

ଅଟଳ ସେତୁରୁ ଡେଇଁ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ : ମୁମ୍ବାଇରେ ଘଟିଛି ଅଭାବନୀୟ ଘଟଣା । ଅଟଳ ସେତୁରୁ ଡେଇଁ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା। ବୁଧବାର ଜଣେ ୩୮ ବର୍ଷୀୟ ଯୁବକ ଅଟଳ ସେତୁରୁ ଡେଇଁ ପଡ଼ିଥିଲେ । ମୃତକ ଜଣକ ଡୋମ୍ବିଭ୍‌ଲିର ୩୮ ବର୍ଷୀୟ ଶ୍ରୀନିବାସନ୍ କୁରୁତୁରୀ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଶ୍ରୀନିବାସନ୍ କୁଏତରେ କାମ କରୁଥିଲେ ଏବଂ ୨୦୨୩ରେ ଭାରତ ଆସି ବ୍ୟବସାୟ ଆରମ୍ଭ କରିଥିଲେ। ଶ୍ରୀନିବାସନ୍ ଅଟଳ ସେତୁରେ ବୁଧବାର ଦିନ ଟାଟା ନେକ୍ସନ କାରରେ ଯାଇ ଆତ୍ମହତ୍ଯା କରିଛନ୍ତି।୧୨ଟା ୨୪ରେ ମୁମ୍ବଇ-ନଭି ମୁମ୍ବଇ ଲେନ୍‌ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି କାର୍ ପାଇଲୁ ଏବଂ ଏହାମଧ୍ୟରେ ତାଙ୍କର ଆଧାର କାର୍ଡ ରହିଥିଲା। ଘଟଣା ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କାରରୁ ଜଣେ ବ୍ୟକ୍ତି ବାହାରି ତୁରନ୍ତ ପୋଲ ବାଡ଼ାରେ ଚଢୁଛନ୍ତି ଏବଂ ଏହାପରେ ସମୁଦ୍ରକୁ ଡେଇଁ ପଡ଼ୁଛନ୍ତି। ପୋଲିସ ସ୍ଥାନୀୟ ଲୋକ ଓ କୋଷ୍ଟଗାର୍ଡଙ୍କ ସାହାଯ୍ୟରେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲା,ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ମୃତଦେହ ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking