25.1 C
Bhubaneswar
Monday, January 12, 2026
Homeଓଡିଶାଦୁର୍ଘଟଣାରେ ୩ ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ

ଦୁର୍ଘଟଣାରେ ୩ ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ

ପିପିଲି: କୋଣାର୍କ ରାସ୍ତାର କୁସୁପୁର ରାସ୍ତାକଡ଼ରେ ରହିଥିବା ମ୍ୟାଜିକ ଗାଡ଼ିକୁ ଧକ୍କା ଦେଲା ପର୍ଯ୍ୟଟକଙ୍କ କାର୍। ତିନି ଶିଶୁଙ୍କ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ସ୍ଥାନୀୟ ବାଲିସାହି ଗ୍ରାମର ମହେଶ୍ୱର ଭୋଇ ଗୁରୁତର ଆହତ ହୋଇଛନ୍ତି। ମସ୍ତ ଆହତ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର ହୋଇଛନ୍ତି। ଦିଲ୍ଲୀରୁ ପର୍ଯ୍ୟଟକମାନେ ଇନୋଭା କାରରେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କୁସୁପୁର ଠାରେ ରାସ୍ତାରେ ରହିଥିବା ଏକ ଟାଟା ମ୍ୟାଜିକ ଗାଡ଼ିକୁ ପିଟି ରାସ୍ତାରେ ଯାଉଥିବା ମହେଶ୍ୱରଙ୍କୁ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତାରିତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking