24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକାଙ୍ଗୋ ଜ୍ୱରରେ ଜଣେ ମହିଳାଙ୍କ ମୃତ୍ୟୁ

କାଙ୍ଗୋ ଜ୍ୱରରେ ଜଣେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନରେ କଙ୍ଗୋ ଜ୍ୱର ଆତଙ୍କ । ଯୋଧପୁରର ଜଣେ ୫୧ ବର୍ଷୀୟା ମହିଳାଙ୍କ କଙ୍ଗୋ ଜ୍ୱରରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ତେବେ କଙ୍ଗୋ ଏକ ଘାତକ ଜ୍ୱର, ଯାହା ପଶୁଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପୀ ଥାଏ । ଏହି ମାରାତ୍ମକ ରୋଗକୁ ଅଟକାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରିପୋର୍ଟ ମୁତାବକ, ଯୋଦ୍ଧପୁରର ୫୧ ବର୍ଷୀୟାଙ୍କ ଅହମ୍ମଦାବାଦତର ଏନଏଚଏଲ ମୁନସିପାଲ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମହିଳା କଙ୍ଗୋ ଜ୍ୱରରେ ପୀଡିତ ଥିବା ନେଇ ନ୍ୟାସନାଲ ଇନଷ୍ଟୁଚ୍ୟୁଟ୍ ଅଫ୍ ବାୟଲୋଜି ଦ୍ୱାରା ସ୍ପଷ୍ଟ ହୋଇଛି। ଏନେଇ ପବ୍ଲିକ୍ ହେଲ୍‌ଥ ନିର୍ଦ୍ଦେଶକ ଡାକ୍ତର ରବି ପ୍ରକାଶ ମାଥୁର ସୂଚନା ଦେଇ କହିଛନ୍ତି, ଯୋଧପୁର ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ସନ୍ଦିଗ୍ଧ ଏବଂ ଲକ୍ଷ୍ୟଣ ଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା କଙ୍ଗୋ ଜ୍ୱର ଲକ୍ଷ୍ୟଣ ଥିବା ଲୋକଙ୍କ ନମୂନା ପରୀକ୍ଷଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସୂଚୀତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking