17.1 C
Bhubaneswar
Monday, February 2, 2026
Homeଅପରାଧଧରା ହେଲେ ଦଲାଲ ମହିଳା

ଧରା ହେଲେ ଦଲାଲ ମହିଳା

କଟକ: କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଶ୍ରୀକେରୁଆଁ ଅଞ୍ଚଳରୁ ଜଣେ ମହିଳାଙ୍କୁ ଉଠେଇ ନେଲା ପୋଲିସ । ସମ୍ପୃକ୍ତ ମହିଳା ନାବାଳିକାଙ୍କୁ ଅର୍ନୈତିକ କାର୍ଯ୍ୟରେ ଲଗାଉଥିବା ନେଇ ସୂଚନା । କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ପୋଲିସ ଉପସ୍ଥିତିରେ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ହୋଇଥିଲା । କେଉଁଠୁ ଆସିଥିଲେ, କାହା କାହା ସହ ଥିଲେ ସବୁ ତଥ୍ୟ ନାବାଳିକା ପୋଲିସ ଆଗରେ ରଖିଥିଲେ । ସେପଟେ କଟକ ଡିସିପି ଜଗମୋହନ ମୀନା କହିଥିଲେ , ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯିବ । ଏହା ପଛରେ ରାକେଟ୍ ଅଛି ନା ନାହିଁ ତଦନ୍ତ ହେବ। ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା। କୋଲକାତାରେ ପହଂଚିବା ପରେ ଆଉ କିଛି ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ଲଗାଉଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣୁଥିଲେ। ଭୁବନେଶ୍ବରେ ମଧ୍ୟ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଜଣାପଡ଼ିଛି। ତେବେ ଏହା ପରେ ଜଣେ ମହିଳା ଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking