33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶ୧୩ ବର୍ଷ ଧରି ସ୍ୱାମୀ ଖୋଜୁଛନ୍ତି ପତ୍ନୀଙ୍କ ମରଶରୀର, ଛଡାଇନେଇଥିଲା ସୁନାମୀ

୧୩ ବର୍ଷ ଧରି ସ୍ୱାମୀ ଖୋଜୁଛନ୍ତି ପତ୍ନୀଙ୍କ ମରଶରୀର, ଛଡାଇନେଇଥିଲା ସୁନାମୀ

ଟୋକିଓ: ସମୁଦ୍ରରେ ୬୦୦ ଥର ସ୍କୁବା ଡାଇଭିଂ । ଗଭୀର ଜଳରେ ମୃତହେହ ଖୋଜା । ୧୩ ବର୍ଷ ଧରି ସ୍ୱାମୀ ଖୋଜୁଛନ୍ତି ପତ୍ନୀଙ୍କ ମଶରୀର, ଛଡାଇନେଇଥିଲା ସୁନାମୀ । ଦୀର୍ଘ ୧୩ ବର୍ଷ ଧରି ପତ୍ନୀଙ୍କୁ ଖୋଜୁଛି ପତି । କାଳରୂପି ସୁନାମୀ ସ୍ତ୍ରୀଙ୍କୁ ଛଡାଇ ନେବା ଦିନରୁ ସମୁଦ୍ର ଅକାତ କାତ ଅଥଳ ଜଳରାଶିରେ ମରଶରୀର ଖୋଜୁଛି ସ୍ୱାମୀ । ଆଉ ଏହି ୧୩ ବର୍ଷ ଭିତରେ ଥରେ କି ଦୁଇ ଥର ନୁହେଁ, ୬୦୦ ଥର ସ୍କୁବା ଡାଇଭିଂ କରିଛନ୍ତି ଜାପାନର ୟାସୁଓ ଟାକାମତସୁ । ପତ୍ନୀଙ୍କ ମୃହଦେହକୁ ସମୁଦ୍ରରେ ଖୋଜୁଛି ପତି । କାରଣ ପତ୍ନୀଙ୍କ ଆଜି ପର୍ଯ୍ୟନ୍ତ ହୋଇନି ଶେଷକୃତ୍ୟ । ଶେଷ ଥର ପାଇଁ ପତ୍ନୀଙ୍କୁ ନିଜ କାନ୍ଧରେ ଅନ୍ତିମ ଯାତ୍ରା କରିବାକୁ ଆଶା ରଖିଛନ୍ତି ୟାସୁଓ । ଜାପାନର ଫୁକୁସିମା ସମୁଦ୍ର ତଟରେ ଦୀର୍ଘ ଦଶନ୍ଧିରୁ ଅଧିକ ଦିନ ଧରି ଦେହାବଶେଷ ଖୋଜିବା ଜାରିରଖିଛନ୍ତି ୟାସୁଓ । ରିପୋର୍ଟ ଅନୁସାରେ, ୨୦୧୧ରେ ଜାପାନରେ ସବୁଠୁ ଭୟଙ୍କର ସୁନାମୀ ଆସିଥିଲା । କଳା ଇତିହାସର କାହାଣୀ ଲେଖିଥିବା ଏହି ସୁନାମୀରେ ଯାଇଛି ୨୦ ହଜାରରୁ ଅଧିକ ଜୀବନ । ଖାଲି ସେତିକି ନୁହେଁ, ଆଜି ଯାଏଁ ନିଖୋଜ ଅଛନ୍ତି ହଜାର ହଜାର ଜାପାନବାସୀନ୍ଦା । ୟାସୁଓ ବ୍ୟାଙ୍କରେ କାର୍ଯ୍ୟରତ ରହିଛନ୍ତି ।

ଯେବେଠୁ ପତ୍ନୀ ନିଖୋଜ ଅଛନ୍ତି, ସେବେଠୁ ଖୋଜୁ ଖୋଜି ରାତି ଦିନ ଏକ କରିଦେଇଛନ୍ତି ସେ । ତେବେ ସୁନାମୀର କିଛି ଦିନ ପରେ ୟାସୁଓ ସ୍କୁବା ଡାଇଭ ଶେଖିବା ସହିତ ପତ୍ନୀଙ୍କ ମରଶରୀର ଖୋଜୁଛନ୍ତି । ଏହି ସମୟ ମଧ୍ୟରେ ଏନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୟାସୁଓ । କିନ୍ତୁ ଦୃଢନିଶ୍ଚିତ ମନରେ ଏକ ମନ ଏକ ପ୍ରାଣ କରି ଖୋଜା ଜାରିରଖିଛନ୍ତି ସେ । କାରଣ ଅତ୍ୟଧିକ ଥଣ୍ଡା ଜଳରାଶି ସାଙ୍ଗକୁ ସ୍ୱଳ୍ପଦୃଶ୍ୟମାନରେ ଖୋଜିବା କାଠିକର ପାଠ ହୋଇଥାଏ । ସେଦିନର କାଳ ସୁନାମୀ ସମୟରେ ୟାସୁଓଙ୍କ ପତ୍ନୀ ତାଙ୍କ ପାଇଁ ଦୁଇଟି ମେସେଜ ଲେଖିଥିଲେ । ସେ ଲେଖିଥିଲେ , ଆପଣ ଠିକ୍ ଅଛନ୍ତି କି ? ମୁଁ ଘରକୁ ଯିବାକୁ ଚାହୁଁଛି । ଏହି ମେସେଜଟି ସ୍ୱାମୀଙ୍କ ଫୋନକୁ ଆସିଥିବା ବେଳେ ଆଉ ଗୋଟିଏ ମେସେଜ ଅନସେଣ୍ଟ ଥିଲା । ସେ ଲେଖିଥିଲେ ସୁନାମୀ ଅତ୍ୟନ୍ତ ଭୟଙ୍କର । ଏପଟେ ମିଡିଆ ରିପୋର୍ଟରେ, ୟାସୁଓ କହିଛନ୍ତି କି, “ମୋ ପାଖରେ ଆଉ କୌଣସି ଉପାୟ ନାହିଁ ତାଙ୍କ ମରଶରୀର ଖୋଜିବା ଛଡା । କାରଣ ମୁଁ ତାଙ୍କୁ ସମୁଦ୍ରରେ ଖୋଜିବା ବେଳେ ମୋତେ ଅନୁଭବ ହୁଏକି ମୁଁ ତାଙ୍କ ପାଖରେ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking