25.1 C
Bhubaneswar
Thursday, March 5, 2026
Homeଓଡିଶାମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ

ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ ଦେଓ (୩୫)। ସୂଚନାଅନୁସାରେ,ଲୋକନାଥ ଜଣେ ଗାଡି ମାଲିକ।ତାଙ୍କର ଦୁଇଟି ୧୪ ଚକିଆ ହାଇୱା ଟ୍ରକ୍ ଅଛି। ବୁଧବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖିବା ପରେ ଖବର ପାଇ ରେଳବାଇ ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଲୋକନାଥଙ୍କ ଶବ ଚିହ୍ନିଥିଲେ। ଏନେଇ ରେଳବାଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking