25.9 C
Bhubaneswar
Monday, April 6, 2026
Homeଓଡିଶାଓଡ଼ିଶାର ୨ ଜଣଙ୍କ ସମେତ ମୋଟ ୫୦ ଜଣଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ଓଡ଼ିଶାର ୨ ଜଣଙ୍କ ସମେତ ମୋଟ ୫୦ ଜଣଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଶିକ୍ଷକ ଦିବସ ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଥିଲେ। ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଏପରି ଶିକ୍ଷା ପ୍ରଦାନ କରିବା ଉଚିତ୍ ଯେପରି ସେମାନେ ମହିଳାଙ୍କ ଗାରିମାର ଅନୁକୂଳ ସେମାନଙ୍କ ସହ ବ୍ୟବହାର କରିବେ । ମହିଳାଙ୍କ ସମ୍ମାନ କେବଳ ଶବ୍ଦରେ ନୁହେଁ, ବ୍ୟବହାରରେ ବି ହେବା ଆବଶ୍ୟକ । ଶିକ୍ଷକମାନେ ପ୍ରତ୍ୟେକ ପିଲାଙ୍କ ତାଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ସେହି ପ୍ରକାରର ସେମାନଙ୍କୁ ସହାୟତା କରିବା ଉଚିତ । ରାଷ୍ଟ୍ରୀୟ ଶିକ୍ଷା ନୀତିରେ କୌଶଳ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।

ଆମ ସଂସ୍କୃତିରେ ବିଶ୍ବକର୍ମାଙ୍କୁ ଦେବତାର ମାନ୍ୟତା ଦିଆଯାଇଛି । ଆଜିର ଏହି ସମାରୋହରେ କୌଶଳ ବିକାଶର ପ୍ରଶିକ୍ଷକମାନଙ୍କୁ ବି ପୁରସ୍କୃତ କରାଯାଇଛି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଏପରି ଶିକ୍ଷା ପ୍ରଦାନ କରିବା ଉଚିତ୍ ଯେପରି ସେମାନେ ମହିଳାଙ୍କ ଗାରିମାର ଅନୁକୂଳ ସେମାନଙ୍କ ସହ ବ୍ୟବହାର କରିବେ । ମହିଳାଙ୍କ ସମ୍ମାନ କେବଳ ଶବ୍ଦରେ ନୁହେଁ, ବ୍ୟବହାରରେ ବି ହେବା ଆବଶ୍ୟକ । ଆଜି ମୋଟ ୫୦ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ରହିଛନ୍ତି । ସେମାନେ ହେଲେ ଦ୍ବିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର । ପୁରସ୍କୃତ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫୦ ହଜାର ଟଙ୍କା, ରୌପ୍ୟ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking