30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶସ୍କୁଲ ବସ୍‌ରେ ଲାଗିଲା ଭୟଙ୍କର ନିଆଁ, ଛାତ୍ରଛାତ୍ରୀଙ୍କ ସମେତ ୨୫ ମୃତ ଆଶଙ୍କା

ସ୍କୁଲ ବସ୍‌ରେ ଲାଗିଲା ଭୟଙ୍କର ନିଆଁ, ଛାତ୍ରଛାତ୍ରୀଙ୍କ ସମେତ ୨୫ ମୃତ ଆଶଙ୍କା

ଥାଇଲାଣ୍ଡ : ଥାଇଲାଣ୍ଡର ଏକ ସ୍କୁଲ ବସ୍‌ରେ ଲାଗିଲା ଭୟଙ୍କର ନିଆଁ । ନିଆଁରେ ଜଳି ଛାତ୍ରଛାତ୍ରୀଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଦମକଳ ବାହିନୀ ଏବଂ ଉଦ୍ଧାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହି ଘଟଣାରେ ଅନେକ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିବାର ଆଶଙ୍କା କରାଯାଉଛି । ତେବେ ବସ୍‌ରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସ୍ଥାନୀୟ ଲୋକେ ଅଗ୍ନିଶମ ଓ ରେସ୍‌କ୍ୟୁ ଟିମ୍ ସହ ମିଶି ନିଆଁ ଲିଭାଇବା ଏବଂ ପୀଡ଼ିତମାନଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ।

ବ୍ୟାଙ୍କକ୍ ପୋଷ୍ଟ ଅନୁସାରେ, ଉଥାଇ ଥାନିରେ ଏକ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍‌ଟି ଯାଉଥିଲା । ଏହି ସମୟରେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା । ଉଦ୍ଧାର କର୍ମୀମାନେ କହିଛନ୍ତି ଯେ ନିଆଁରେ ଜୀବନ୍ତ ଜଳି ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଅପରାହ୍ନ ୧୨ଟା ୩୦ ମିନିଟ୍‌ରେ ଘଟିଥିବା ସୂଚନା ରହିଛି । ରିପୋର୍ଟ ଅନୁସାରେ, ଜିର୍ ରଙ୍ଗସିଟ୍ ସପିଂ ମଲ୍ ନିକଟ ଇନବାଉଣ୍ଡ ଫାହୋନ୍ ୟୋଥିନ୍ ରୋଡ୍‌ରେ ବସ୍‌ରେ ନିଆଁ ଲାଗିଥିଲା । ଥାଇଲାଣ୍ଡର ଫାୟାର ଆଣ୍ଡ ରେସ୍‌କ୍ୟୁ ଟିମ୍ କହିଛି ଯେ ବସ୍‌ରେ ୪୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୬ ଜଣ ଥିଲେ ଶିକ୍ଷକ, ଶିକ୍ଷୟିତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking