15.1 C
Bhubaneswar
Tuesday, January 13, 2026
Homeଓଡିଶାମନ୍ତ୍ରୀ ହାବୁଡ଼ରେ ପଡିଲା ଚୋରା ବାଲି ଚାଲାଣ ଗାଡି

ମନ୍ତ୍ରୀ ହାବୁଡ଼ରେ ପଡିଲା ଚୋରା ବାଲି ଚାଲାଣ ଗାଡି

ଭୁବନେଶ୍ୱର : ଚୋରା ବଳି ଚାଲାଣ ଚାଲୁଥିଲା ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏ ଘଟଣା ରେ ପୁଲିସନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଣ୍ଟିଲୋ ନୀଳମାଧବଙ୍କ ପୁଷ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଖଣ୍ଡପଡ଼ା ଅଭିମୁଖେ ଫେରୁଥିଲେ। ତେବେ କଣ୍ଟିଲୋରୁ ଖଣ୍ଡପଡ଼ା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାରେ ଥିବା ବରକୋଳି ଛକ ନିକଟରେ ଏକାଧିକ ବାଲି ବୋଝେଇ ହାଇୱା ଦେଖି ସନ୍ଦେହ କରିବା ସହିତ ଏହାକୁ ଅଟକାଇଥିଲେ। ଶ୍ରୀ ଜେନାଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଗାଡ଼ିଗୁଡିକୁ ଜବତ କରିବା ସହିତ ପୁଲିସ ଓ ଖଣି ବିଭାଗ ଜିମା ଦେଇଥିବା ସୂଚନା ମିଳିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking