28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଏବେ ବି ଖୋଜା ଚାଲିଛି ସୀମା ବିବାଦର ସମାଧାନ; ୧୮ ବର୍ଷ ପରେ ଚୀନ୍‌-ନେପାଳ ବୈଠକ...

ଏବେ ବି ଖୋଜା ଚାଲିଛି ସୀମା ବିବାଦର ସମାଧାନ; ୧୮ ବର୍ଷ ପରେ ଚୀନ୍‌-ନେପାଳ ବୈଠକ ଆରମ୍ଭ

କାଠମାଣ୍ଡୁ: ଚୀନ୍ ଓ ନେପାଳ ମଧ୍ୟରେ ବର୍ଷ ବର୍ଷ ଧରି ରହିଆସିଥିବା ସୀମା ବିବାଦ ଉପରେ ଏବେ ବି ସମାଧାନର ମାର୍ଗ ଖୋଜାଚାଲିଛି । ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ୧୮ ବର୍ଷ ପରେ ପୁଣିଥରେ ସୀମା ବିବାଦ ଉପରେ ଦ୍ୱିପାକ୍ଷିକ ବୈଠକ ବସୁଥିବାର ସୂଚନା ମିଳିଛି । ଦୀର୍ଘ ଦିନର ପ୍ରୟାସ ପରେ ଏହି ବୈଠକ ବସିବାକୁ ଯାଉଛି । ତେବେ ଏହି ବୈଠକର ପ୍ରଥମ ପର୍ଯ୍ୟାୟ ଆଲୋଚନା ବୈଠକ ଗତ ଜୁନ୍ ୧୯ ଏବଂ ୨୦ରେ ଚୀନ୍ ରାଜଧାନୀ ବେଜିଂ ଠାରେ ଅନୁୂଷ୍ଠିତ ହୋଇଯାଇଛି । ଏବେ ନେପାଳର ରାଜଧାନୀ କାଠମାଣ୍ଡୁରେ ପରବର୍ତ୍ତୀ ଆଲୋଚନା ବୈଠକ ଅନୁଷ୍ଠିତ ହେବ।

ରିପୋର୍ଟ ଅନୁସାରେ ବେଜିଂ ବୈଠକରେ ଦୁଇ ଦେଶର ପଦାଧିକାରୀଙ୍କ ମଧ୍ୟରେ ସେପରି ସହମତି ପ୍ରକାଶ ନପାଇବାରୁ ବୈଠକକୁ ସଫଳ ବୋଲି କୁହାଯାଇନଥିଲା । ସୁତରାଂ ଯଦି କାଠମାଣ୍ଡୁ ବୈଠକରେ ମଧ୍ୟ ଏପ୍ରକାର ସ୍ଥିତି ଉତ୍ପନ୍ନ ହୁଏ କିମ୍ବା ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ନପାଏ ତେବେ ପୁଣିଥରେ ନେପାଳ-ଚୀନ୍ ସୀମା ବିବାଦ ଅନିର୍ଦ୍ଦିଷ୍ଟ କାଳ ଯାଏ ଝୁଲିରହିବ । କାଠମାଣ୍ଡୁ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୦୬ରୁ ଅଟକି ରହିଥିବା ମିଳିତ ସୀମା ଯାଞ୍ଚ ଆରମ୍ଭ କରିବା ପାଇଁ ବେଜିଂ ବୈଠକରେ ନେପାଳ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲେ ମଧ୍ୟ ଚୀନ୍ ପକ୍ଷ ଏଥିରେ ସହମତ ହୋଇ ନଥିଲେ । ପରେ କାଠମାଣ୍ଡୁରେ ଏହି ବୈଠକକୁ ପୁନର୍ବାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଚୀନ୍ ଏହାକୁ ଗ୍ରହଣ କରିଛି ।

ଚୀନ୍ ଏବଂ ନେପାଳ ମଧ୍ୟରେ ସୀମା ବିବାଦର ଏକ ପ୍ରମୁଖ ପ୍ରସଙ୍ଗ ଏଭରେଷ୍ଟ ପର୍ବତର ଉଚ୍ଚତା ଉପରେ ଥିଲା, ଯାହା ୨୦୨୦ ରେ ସମାଧାନ ହୋଇଥିଲା ଯେତେବେଳେ ଉଭୟ ପକ୍ଷ ମିଳିତ ଭାବରେ ଏହାକୁ ୮,୮୪୮.୮୬ ମିଟର ଉଚ୍ଚତା ଘୋଷଣା କରିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଥିବା ଅନ୍ୟ କେତେକ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ । ଚୀନ୍ ମିଳିତ ସୀମା ଯାଞ୍ଚ ଏବଂ ସୀମା ପ୍ରୋଟୋକଲ୍ ଦସ୍ତଖତକୁ ସୀମା ପରିଚାଳନା ବ୍ୟବସ୍ଥାର ଦସ୍ତଖତ ସହିତ ଯୋଡିବାକୁ ଚାହୁଁଛି, ଯେଉଁଥିରେ ନେପାଳୀ ଦଳ ପଛଘୁଞ୍ଚା ଦେଉଛନ୍ତି । ତେବେ ଆଗକୁ ଅନୁଷ୍ଠିତ ହେବାକୁ ଥିବା କାଠମାଣ୍ଡୁ ବୈଠକରେ ଏହି ପ୍ରସଙ୍ଗଗୁଡିକ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ସୀମା ପ୍ରୋଟୋକଲ ଅନୁଯାୟୀ ନେପାଳ ଏବଂ ଚୀନ୍ ପ୍ରତି ୧୦ ବର୍ଷରେ ମିଳିତ ସୀମା ଯାଞ୍ଚ କରିବା ସହ ସ୍ଥିର ପ୍ରୋଟୋକଲରେ ଦସ୍ତଖତ କରିବା ଉଚିତ୍ କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ପ୍ରକାଶ, ନେପାଳ-ଚୀନ୍ ସୀମା ୧,୪୩୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking