19.1 C
Bhubaneswar
Friday, February 13, 2026
Homeଓଡିଶାମେଡିକାଲରେ ରୋଗୀର ସମ୍ପର୍କୀୟକୁ କାମୁଡ଼ିଲା ସାପ

ମେଡିକାଲରେ ରୋଗୀର ସମ୍ପର୍କୀୟକୁ କାମୁଡ଼ିଲା ସାପ

କେନ୍ଦୁଝର : ମେଡିକାଲରେ ରୋଗୀର ସମ୍ପର୍କୀୟକୁ କାମୁଡ଼ିଲା ସାପ । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମେଡିକାଲ୍‌ରେ ଘଟିଛି। ଅସୁସ୍ଥ ମା’କୁ ମେଡିକାଲରେ ଭର୍ତ୍ତି କରିଥିଲା ପୁଅ। ଆଉ ନିଜେ ବି ମା’ ପାଖେ ରହିଥିଲା। ହେଲେ ମେଡିକାଲରେ ମା’କୁ ଜଗି ରହିଥିବା ପୁଅକୁ କାମୁଡ଼ିଲା ଚିତି ସାପ । ଏବେ ମା’ ସହ ପୁଅ ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଗହଳମୁଣ୍ଡା ଗାଁର ପେଲଙ୍ଗ ମୁଣ୍ଡା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଚିକିତ୍ସାଧୀନ ଥିଲେ। ମେଡିକାଲରେ ମା’କୁ ଜଗି ରହିଥିଲେ ୨୩ ବର୍ଷୀୟ ପୁଅ ବାଜୁ ଚମ୍ପିୟା। ମାତ୍ର ଗତକାଲି ମଧ୍ୟ ରାତ୍ରୀରେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଏହାପରେ ତୁରନ୍ତ ମେଡିକାଲରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking