32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ବେରିଲ ; ୮ ମୃତ

ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ବେରିଲ ; ୮ ମୃତ

ନୂଆଦିଲ୍ଲୀ : ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ବେରିଲ। ଆମେରିକାରେ ଝଡ଼ ପ୍ରଭାବରେ ଅନେକ ଗଛ ଉପୁଡ଼ିଯିବ ସହ ଏବଂ ବନ୍ୟା ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଟେକ୍ସସରେ ୭ ଜଣ ଏବଂ ପଡୋଶୀ ଲୁଇସିଆନାରେ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ଟେକ୍ସସରେ ୨୦ ଲକ୍ଷ୍ୟରୁ ଅଧିକ ଘରେ ପାୱାର କଟ ହେବା ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏଥି ସହିତ, ଲୁଇସିଆନାରେ ୧୪,୦୦୦ ଘରେ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ ବାସିନ୍ଦାଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି । ଯୁକ୍ତରାଷ୍ଟ୍ରର ଜାତୀୟ ବାତ୍ୟା କେନ୍ଦ୍ରର ସୂଚନା ଅନୁଯାୟୀ, ବେରିଲ ମଙ୍ଗଳବାର ଦୁର୍ବଳ ହୋଇ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ହ୍ୟୁଷ୍ଟନରେ ୨୦ ଲକ୍ଷ୍ୟରୁ ଅଧିକ ଲୋକ ପବନ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗତ ସପ୍ତାହରେ ବେରିଲ ଜମାଇକା, ଗ୍ରେନାଡା ଓ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସରେ ତାଣ୍ଡବ ରଚିବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ବ୍ୟାପକ କ୍ଷତି ଘଟିଥିଲା। ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ହ୍ୟୁଷ୍ଟନ୍ ଠାରୁ ପ୍ରାୟ ୭୦ ମାଇଲ ଦକ୍ଷିଣ-ପଶ୍ଚିମ ଦିଗରେ ୧୨ ମାଇଲ ଘଣ୍ଟା ପ୍ରତି ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking