28.1 C
Bhubaneswar
Sunday, March 29, 2026
Homeଓଡିଶାପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କଲେ ରିନିଉ ଗ୍ରୀନ...

ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କଲେ ରିନିଉ ଗ୍ରୀନ ଏନର୍ଜି ଗ୍ରୁପର ପ୍ରତିନିଧି

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ (ପିଏସ୍‌ପି) ସମ୍ପର୍କିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ରିନିଉ ଗ୍ରୀନ ଏନର୍ଜି ଗ୍ରୁପର ପ୍ରତିନିଧି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

ଅକ୍ଷୟ ଶକ୍ତିର ଉତ୍ସ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେହି ସ୍ଥାନରେ ଥିବା ଜଳର ଉତ୍ସରୁ ପମ୍ପ ସାହାଯ୍ୟରେ ପାଣିକୁ ଉଠାଇ ଗୋଟିଏ ସ୍ଥାନରେ ଏକତ୍ରିତ କରି ରଖାଯିବ ଓ ସେହି ଜଳକୁ ବ୍ୟବହାର କରି ସେଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବ । ଆଜିର ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସବୁଜ ବିଦ୍ୟୁତ ଓ ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ମଧ୍ୟ ସେହି ଅନୁରୂପ ଜଳବାୟୁ ଓ ପରିବେଶ ଅନୁକୂଳ ସବୁଜ ବିଦ୍ୟୁତ ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଗଚ୍ଛିତ ଥିବା ଅକ୍ଷୟ ଶକ୍ତିକୁ ବ୍ୟବହାର କରି ସବୁଜ ବିଦ୍ୟୁତ ଉତ୍ପାଦନ, ଗ୍ରୀନ ଆମୋନିଆ, ଗ୍ରୀନ ମିଥାନଲ୍‌ ପ୍ଳାଣ୍ଟ କରିବାକୁ ରିନିଉ ଗ୍ରୀନ ଏନର୍ଜି ଆଗ୍ରହୀ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ରିନିଉ ଗ୍ରୁପର ପ୍ରତିନିଧି କହିଥିଲେ ।

୨୦୩୦ ସୁଦ୍ଧା ଓଡ଼ିଶାର ୩ଟି ସ୍ଥାନରେ ତିନିଗୋଟି ପ୍ରୋଜେକ୍ଟ ଦ୍ୱାରା ବାର୍ଷିକ ୧ ମେଟ୍ରିକ ଟନ୍‌ର ଗ୍ରୀନ ହାଇଡ୍ରୋଜେନ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛି ରିନିଉ ଏନର୍ଜି । ଏଗୁଡ଼ିକ ହେଲା ପାରାଦୀପର ଗ୍ରୀନ ଆମୋନିଆ, ରାୟଗଡ଼ା ଓ ମାଲକାନଗିରିରେ ଗ୍ରୀନ ମିଥାନଲ୍‌ ପ୍ଳାଣ୍ଟ । ଏହି ସବୁ ପ୍ରୋଜେକ୍ଟ ତିଆରି କରିବା ଲାଗି ସରକାରଙ୍କ ସହାୟତା ଆବଶ୍ୟକ ବୋଲି ରିନିଉ ଏନର୍ଜିର ପ୍ରତିନିଧି କହିଥିଲେ ।

ଏହିସବୁ ସବୁଜ ପ୍ରକଳ୍ପ ସ୍ଥାପନ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ହେବ । ସରକାର ଏ ଦିଗରେ ସଚେତନ ଅଛନ୍ତି ଓ ଏହାକୁ ଆଗେଇନେବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏହାର ସମ୍ଭାବ୍ୟତା ପରୀକ୍ଷା କରାଯାଇ ତଥ୍ୟ ଆଧାରରେ ପର୍ଯ୍ୟାୟ କ୍ରମେ ଏହାର ବିକାଶ କରାଯିବ ।

ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ଅନ୍ୟାନ୍ୟ ବୈଷୟିକ ଜ୍ଞାନକୌଶଳ ଓ ସହଭାଗୀତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରିନିଉ ଗ୍ରୁପର ପ୍ରେସିଡେଣ୍ଟ ଶ୍ରୀ ଚିନ୍ତନ ସାହା, ଶ୍ରୀ ବିବେକ ସିଙ୍ଗଲା ଓ ଭାଇସ ପ୍ରେସିଡେଣ୍ଟ ଶ୍ରୀ ତ୍ରିଭୁବନ ଧର୍ମନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking