18.1 C
Bhubaneswar
Monday, February 9, 2026
Homeଖେଳଋଷଭ ପନ୍ତ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ

ଋଷଭ ପନ୍ତ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ଅବସରରେ ଅନୁଭବୀ ୱିକେଟ୍‌କିପର୍ ବ୍ୟାଟର୍ ଋଷଭ ପନ୍ତ୍ ଏକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ କ୍ରିକେଟ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ଖେଳାଳି ହୋଇଛନ୍ତି। ସେ ମ୍ୟାଚ୍‌ର ଦ୍ୱିତୀୟ ଦିନ ୩୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ସହିତ ସେ ଯଶସ୍ୱୀ ଜୟସ୍ୱାଲ୍‌ଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ଜୟସ୍ୱାଲ୍‌ଙ୍କ ନାମରେ ଥିଲା।

ସେ ୪୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏବେ ଏହି କୀର୍ତ୍ତିମାନ ପନ୍ତ୍ ନାମରେ ହୋଇଛି। ପନ୍ତ୍ ୧୦୧ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସ୍‌ରେ ୫୯ ବଲ୍‌ରୁ ୮ ଚୌକା ଓ ଦୁଇ ଛକା ସହାୟତାରେ ୬୦ ରନ୍ କରିଥିଲେ। ସୂଚନାଯୋଗ୍ୟ, ଏହା ପନ୍ତ୍‌ଙ୍କ ଟେଷ୍ଟ କ୍ୟାରିୟର୍‌ର ୧୩ଶ ଅର୍ଦ୍ଧଶତକ। ଏହା ବ୍ୟତୀତ ଏହି ଫର୍ମାଟ୍‌ରେ ତାଙ୍କ ନାମରେ ୬ ଶତକ ମଧ୍ୟ ରହିଛି। ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଶତକ ହାସଲ କରିଥିଲେ। ଋଷଭ୍ ପନ୍ତ୍‌ଙ୍କ ନାମରେ ୨୬୨୯ ଟେଷ୍ଟ୍ ରନ୍ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking