ବଲାଙ୍ଗୀର: ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ ସୁପାରି କିଲର । ହେଲେ କିଛି କରିବା ଆଗରୁ ଗାଁ ଲୋକଙ୍କ ହାତରେ ଧରାପଡିଗଲେ । ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ । ସେମାନଙ୍କ ପାଖରୁ ଦେଶୀ ପିସ୍ତଲ ଜବତ କରାଯାଇଛି । ପୋଲିସକୁ ଡାକି ୬ ଜଣ ଅଭିଯୁକ୍ତଙ୍କୁ ଜିମା ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୁପାରି କିଲର ଲଗାଇ ବରକୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦେଓଗାଁ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଲିଖିତ ଅଭିଯୋଗ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।










