29.1 C
Bhubaneswar
Wednesday, April 23, 2025
Homeଓଡିଶାସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଯୁଗର ଶୁଭାରମ୍ଭ ହେବ : ମନମୋହନ ସାମଲ

ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଯୁଗର ଶୁଭାରମ୍ଭ ହେବ : ମନମୋହନ ସାମଲ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧ଟାରେ ଶ୍ରୀ ନଡ୍ଡାଜୀ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବେ । ଏହାପରେ ଶ୍ରୀ ନଡ୍ଡା କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଟିତ ଐତହାସିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଲୋକାର୍ପଣ କରିବେ । ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ଲାଭାନ୍ୱିତ ହେବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍ସଷ୍ଟିଚ୍ୟୁଟ ଅଫ୍ ପେଡିଆଟ୍ରକର ନୂତନ ଭବନର ଉଦ୍‌ଘାଟନ କରିବେ । ଶ୍ରୀ ନଡ୍ଡାଙ୍କର ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ପୁରୀଠାରେ ହେବାକୁ ଥିବା ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ବିଧିବଦ୍ଧଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ପୂର୍ବ ସରକାର ଅମଳରେ ପ୍ରଚଳିତ ଯୋଜନାରେ କେବଳ ୯୭୮ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିଲେ । ଫଳରେ ବହୁ ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିଲେ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ହେବା ପରେ ରାଜ୍ୟ ଓ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ । ଦେଶର ୨୯ହଜାର ହସ୍ପିଟାଲରେ ଏହି ସେବା ଉପଲବ୍ଧ ହେବ । ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଅବା ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ । ଆୟୁଷ୍ମାନ ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆ ନ ଯାଇ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ପ୍ରଦାନ କରାଯିବ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ‘ବିଧାୟକ ଓ ସାଂସଦ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ୧୧ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖ ସକାଳେ ଶ୍ରୀ ନଡ୍ଡାଜୀ ବିଧିବଦ୍ଧଭାବେ ଏହାକୁ ଉଦ୍‌ଘାଟନ କରିବେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ସାଙ୍ଗଠନିକ, ପ୍ରଶାସନିକ, ବିଚାରଧାରା ଓ ଲକ୍ଷ୍ୟ କିପରି କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଶ୍ରୀ ନଡ୍ଡାଜୀଙ୍କ ଏହି ଦୁଇଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇରହିବ ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking