30.1 C
Bhubaneswar
Saturday, July 6, 2024
Homeଓଡିଶାନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ

ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ

ମୟୁରଭଞ୍ଜ: ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ । ଏବେ ବିଷ ପିଇ ମାଆ ଏବଂ ଶିଶୁପୁତ୍ର ଗୁରୁତର । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନାବରା କଲୋନୀ ଗ୍ରାମରେ । ଗ୍ରାମର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଭିତରୁ ତାଲା ମାରିଥିବା ବେଳେ ସାଙ୍ଗରେ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ମଧ୍ୟ ସାଙ୍ଗରେ ନେଇ ଏଭଳି କାଣ୍ଡ ଘଟାଇଛନ୍ତି ।

କିଛି ସମୟ ପରେ ସ୍ୱାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା । ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥିବା ଜାଣିବାକୁ ପାଇଥିଲେ । ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥିବା ଜାଣିପାରି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ମାଆ ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଅଭିଯୋଗ ଅନୁସାରେ ସେ ନିଜେ ଧାନ ବିଷ ପିଇବା ସହିତ ପୁଅକୁ ବିଷ ପିଆଇ ଦେଇଥିଲେ ।

ପୁଅ ରାଜେଶ ବିଷ ପିଇବା ପରେ ବାନ୍ତି କରିଥିଲା ଓ କାନ୍ଦିଥିଲା । ସେପଟେ ସାବିତା ମଧ୍ୟ ବିଷ ପିଇ ଦେଇଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି । ତେବେ କ’ଣ ପାଇଁ ମାଆ ନିଜେ ବିଷ ପିଇଲା ସହିତ ପୁଅକୁ ପିଆଇଲେ, ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking