27.1 C
Bhubaneswar
Monday, February 2, 2026
Homeଓଡିଶାଯୁବକଙ୍କ ବେକ କାଟି ରାସ୍ତା କଡରେ ଫିଙ୍ଗିଦେଲେ ଦୁର୍ବୁତ୍ତ

ଯୁବକଙ୍କ ବେକ କାଟି ରାସ୍ତା କଡରେ ଫିଙ୍ଗିଦେଲେ ଦୁର୍ବୁତ୍ତ

ଯାଜପୁର: ଆଜି ସକାଳୁ ସକାଳୁ ସୁକିନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯାହାକି ଜଣେ ସୋଇଥିବା ଅବସ୍ଥାରେ ତାଙ୍କୁ ଟେକି ନେଇ ଧାରୁଆ ଅସ୍ତ୍ରରେ ବେକକୁ ହାଣି ଜୀବନରୁ ମାରି ରାସ୍ତା କଡରେ ଫିଙ୍ଗି ଦୁର୍ବୁତ୍ତ ଫେରାର । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମାଟିଗାଡ଼ିଆ ଗ୍ରାମରେ । ସୂଚନା ଥାଉ କି ଦଶରଥ ବେହେରା ମାଟିଗାଡ଼ିଆ ଗ୍ରାମରେ ତାଙ୍କ ସପରିବାର ସହ ବସବାସ କରନ୍ତି । ତାଙ୍କର ଦୁଇଜଣ ପୁଅ, ଜଣେ ଝିଅ ଯେକି ବିବାହିତ, ସାନ ପୁଅ କେନ୍ଧୁଝରରେ ଚାକିରୀ କରନ୍ତି ଦଶରଥ ଏବଂ ତାଙ୍କ ବଡ଼ ପୁଅ ନିଜ ଗ୍ରାମରେ ଏକ ଗୋସରୀ ଦୋକାନରୁ ବେପାର କରି ପରିବାର ପୋଶନ୍ତି । ଗ୍ରାମବାସୀଙ୍କ କହିବା କଥା ତାଙ୍କ ଗ୍ରାମରେ ଦଶରଥ ଜଣେ ଭଦ୍ର ଲୋକ ଏବଂ ମିଷ୍ଟ ଭାଷୀ ତାଙ୍କର କାହା ସହିତ କୌଣସି ଶତ୍ରୁତା ନାହିଁ ତାଙ୍କର ସମସ୍ତଙ୍କ ସହିତ ଭଲ ସମ୍ପର୍କ ଏମିତି କଲା କିଏ କହି ଗ୍ରାମବାସୀଙ୍କ ମନରେ ଅନେକ ପ୍ରଶ୍ନ । ତେବେ ଏହା ହତ୍ୟା ନା ଆଉ କିଛି ଏବେ ସଂନ୍ଦେହେ ଘେରରେ ରହିଛି l ଏନେଇ ଗ୍ରାମବାସୀ ସୁକିନ୍ଦା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ସାଇଣ୍ଟିଫିକ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ତଦନ୍ତ ଚାଲିଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା ସୁକିନ୍ଦା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପକୃତ ଦୋଷୀକୁ ଦଣ୍ଡ ଦେଇ ପରିବାରକୁ ନ୍ୟାୟ ଦେଇ ପାରୁଛି କି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking