13.1 C
Bhubaneswar
Sunday, December 7, 2025
Homeଅପରାଧଡ୍ରାଇଭରଙ୍କୁ ଛୁରୀ ଭୁସିଲା ନାବାଳକ

ଡ୍ରାଇଭରଙ୍କୁ ଛୁରୀ ଭୁସିଲା ନାବାଳକ

ନୂଆଦିଲ୍ଲୀ: ୪ଶହ ଟଙ୍କା ଦେବାକୁ କହିଲା କ୍ୟାବ ଡ୍ରାଇଭର । ଛୁରୀ ଭୁସିଦେଲା ନାବାଳକ । ଅଭାବନୀୟ ଓ ଚକିତ କଲା ଭଳି ଘଟଣା ଆସିଛି ଉତ୍ତର ପୂର୍ବ ଦିଲ୍ଲୀ ସୋନିଆ ବିହାର ଅଞ୍ଚଳରୁ । ମାତ୍ର ୪୦୦ ଟଙ୍କା ପାଇଁ ହେଲା ପାଟିତୁଣ୍ଡ । କ୍ୟାବ ଡ୍ରାଇଭରଙ୍କୁ ଭଡା ଦେବାକୁ ରାଜି ହେଲେନି ଗ୍ରାହକ । ଝଗଡା ଏତେ ବଢିଗଲା ଯେ ୨୬ ବର୍ଷୀୟ ଡ୍ରାଇଭରଙ୍କୁ ଛୁରୀ ଭୁସି ଦେଲା ନାବାଳକ । ସାଥ ଦେଲେ ସାଙ୍ଗମାନେ । ଫଳରେ କ୍ୟାବ ଡ୍ରାଇଭରଙ୍କ ଜୀବନ ଯାଇଛି । ଡିସେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଘଟିଥିବା ପୋଲିସ କହିଛି । ମୃତ କ୍ୟାବ ଡ୍ରାଇଭରଙ୍କ ନାଁ ସନ୍ଦୀପ । ସେ ରାପିଡୋ ଟାକ୍ସି ଚଳାଉଥିଲେ । ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସନ୍ଦୀପ ପୋଲିସକୁ କହିଥିଲେ ନୋଏଡାରୁ ୩ ଜଣ ଯାତ୍ରୀ ଦୀପାଂଶୁ ରାହୁଲ ଓ ମୟଙ୍କଙ୍କୁ କାର୍‌ରେ ଭଡାରେ ଆଣିଥିଲେ । ସେମାନେ ସୋନିଆ ବିହାରରେ ଓହ୍ଲେଇବାର ଥିଲା । ଭଡା ବାବଦକୁ ୪ଶହ ଟଙ୍କା ହୋଇଥିଲା । ଆଉ ସେ ୩ ଜଣଙ୍କୁ ଭଡା ଟଙ୍କା ବାବଦକୁ ୪ଶହ ଟଙ୍କା ମାଗିଥିଲେ । ହେଲେ ସେମାନେ ଦେବାକୁ ରାଜି ହୋଇନଥିଲେ । ଟଙ୍କା ଦେବା ବଦଳରେ ମାଡ ମାରିବା ଆରମ୍ଭ କରିଥିଲେ ।ଏତିକିବେଳେ ୩ ଯାତ୍ରୀଙ୍କ ସହ ଅନ୍ୟ ଜଣେ ସାଙ୍ଗ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ ଡ୍ରାଇଭର ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆଉ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking