ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଜଣେ ନାବାଳିକା ଘରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି । ନାବାଳିକା ଜୀବନ ହାରିବା ଘଟଣାକୁ ନେଇ ପୁଲିସ କହିଛି, ‘ନାବାଳିକା ରାତିରେ ଘରକୁ ଆସି ନଥିଲେ। ତା’ପରଦିନ ଘରକୁ ଆସିବା ପରେ ପରିବାରଲୋକ ତାର ଅବସ୍ଥା ଦେଖି ସ୍ତବ୍ଧ ହୋଇଯାଇଥିଲେ । ଘରଲୋକ ଝିଅର ଅବସ୍ଥା ବିଷୟରେ ପଚାରିବାରୁ ସେ କହିଥିଲା ଘରକୁ ଫେରୁଥିବା ସମୟରେ ତାକୁ ଜଣେ ଯୁବକ ଜୋରଜବରଦସ୍ତି ଏକ ହୋଟେଲକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଯୁବକ ଜଣକ ଶୋଇପଡ଼ିବା ପରେ ସେ ସେଠାରୁ କୌଶଳକ୍ରମେ ଖସି ଆସିଥିଲା ।
ଝିଅ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତାଙ୍କ ପରିବାରଲୋକ ଥାନାରେ ମାମଲା ରୁଜୁ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ଏହାପରେ ସମସ୍ତ ସମସ୍ୟାର ସମାଧାନ ହୋଇଯାଇଥିଲା । ଏହା ସତ୍ତ୍ୱେ ବି ଗତ ଗୁରୁବାର ରାତିରେ ନାବାଳିକା ଘରେ ସମସ୍ତେ ଶୋଇପଡ଼ିବା ପରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଖବର ମିଳିଥିଲା । ଆମେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛୁ । ଏହି ଘଟଣାରେ ହୋଟେଲ ମାଲିକ ଓ ପରିଚାଳକଙ୍କୁ ବି ଗିରଫ କରାଯାଇଛି । କାରଣ ଦୁହିଁଙ୍କ ବିରୋଧରେ ନାବାଳିକାଙ୍କୁ ହୋଟେଲରେ ପ୍ରବଶେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି ।