25.1 C
Bhubaneswar
Thursday, April 2, 2026
Homeଓଡିଶାଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି: ଅମର

ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି: ଅମର

ଭୁବନେଶ୍ୱର: ଗତକାଲି ମୁଁ ବିଜେଡିରେ ନଥିବା କହିଥିବା ଅମର ପ୍ରସାଦ ଶପଥୀ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ମୁଁ ଦେଇଥିବା ମନ୍ତବ୍ୟକୁ ବହୁ ବିଜେଡି ବନ୍ଧୁ ସମର୍ଥନ କରୁଛନ୍ତି । ସେମାନେ ଖୋଲାଖୋଲି କହୁନାହାନ୍ତି । କିନ୍ତୁ ସେମାନଙ୍କ ଇଚ୍ଛା ଦଳ ସଜଡ଼ା ଯାଉ । ବିଜେପି ପରିସ୍ଥିତିର ସୁବିଧା ନେଇଛି । ବିଜେପି ଲୋକଙ୍କ ସମର୍ଥନ ପାଉଛି । ଆଗକୁ ଯିବାକୁ ବର୍ତ୍ତମାନ ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ଅମର ପ୍ରସାଦ ଶପଥୀ କହିଛନ୍ତି ।

ଅମର ଶତପଥୀ କହିଛନ୍ତି ଯେ, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ଵାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍‌ଙ୍କ ଅପରିପକ୍ଵତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ବିଜେପିକୁ ଯାଇ ନାହାଁନ୍ତି। ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking